ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଛାତ୍ରୀଙ୍କୁ ଅସଦାଚରଣ ଏବଂ ଏସଂପର୍କିତ ଭିଡ଼ିଓ ଭାଇରାଲ୍ ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍ବେଗ ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣାରେ ସଂପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସବୁଆଡ଼ୁ ସମାଲୋଚନା କରାଯାଉଛି। ତେବେ ଏହାର ଭିତରେ ଆଉ ଏକ ସାଂଘଂତିକ ତଥ୍ୟ ପଦାକୁ ଆସିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିେଶକ ନାହାକଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀ ଦେଇଥିଲା ଛାତ୍ର ବିଜେଡ଼ି। ବିନାୟକ ଆଚାର୍ଯ୍ୟ କଲେଜର କ୍ୟାମ୍ପସ କମିଟିର ଆବାହକ ଥିଲେ ଅଭିଶେକ। ଏକଥା ପଦାକୁ ଆସିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। କଲେଜ କ୍ୟାମ୍ପସର ଶୃଙ୍ଖଳା ରକ୍ଷା କରିବା ସହିତ ଉନ୍ନତିକରଣ ପାଇଁ ଛାତ୍ର ବିଜେଡ଼ି ଯାହାକୁ ଦାୟିତ୍ବ ଦେଇଥିଲେ, ସେ ନିଜେ ହିଁ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି। ଏଣୁ କିଭଳି ଭାବେ ତାଙ୍କୁ ଏହି ଦାୟିତ୍ବ ଦେଇଥିବା ଛାତ୍ର ବିଜେଡ଼ି, ତାହାକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି। ଅନ୍ୟପଟେ ଅଭିଶେକଙ୍କୁ ପୂର୍ବରୁ ଦାୟିତ୍ବ ବିଦାୟ କରିଦିଆଯାଇଥିବା ଛାତ୍ର ବିଜେଡ଼ିର ଜଣେ ନେତା ପ୍ରକାଶ କରିଛନ୍ତି।
BREAKING NEWS
- New Amrit Bharat Train In Odisha: ଓଡିଶା ପାଇଁ ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଧନ୍ୟବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ
- Naveen Patnaik on Middle East Situations: ‘ଓଡ଼ିଆଙ୍କୁ ଫେରେଇ ଆଣନ୍ତୁ…’, ମଧ୍ୟପ୍ରାଚ୍ୟ ଅବସ୍ଥା ନେଇ ଚିନ୍ତା ପ୍ରକଟ କଲେ ନବୀନ, ସରକାରଙ୍କୁ କଲେ ଅନୁରୋଧ
- +୨ ପିଲାଙ୍କ ଇମ୍ପ୍ରୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ, ଗୋଟିଏ ବିଷୟରେ ଉନ୍ନତି ପାଇଁ ପରୀକ୍ଷା ସୁଯୋଗ
- ଇରାନ ଆକ୍ରମଣକୁ ପ୍ରଶଂସା: ୫ ପାକିସ୍ତାନୀ, ଜଣେ ବାଂଲାଦେଶୀ ଗିରଫ
- Prize Money For Team India: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଘୋଷଣା, କୋଟି କୋଟି ଟଙ୍କା ବର୍ଷା…
- Opposition Next Target Poll Panel: ଓମ୍ ବିର୍ଲାଙ୍କ ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନ, ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଦେବେ ନୋଟିସ!
- Trump Warns Iran Again: ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, ୨୦ ଗୁଣା ଅଧିକ ହେବ ଆକ୍ରମଣ…
- Trump called Putin: ଯୁଦ୍ଧ ଭିତରେ ପୁଟିନଙ୍କୁ ଫୋନ୍ ଲଗାଇଲେ ଟ୍ରମ୍ପ
- ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT
- ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ
Comments are closed.