Latest Odisha News

BREAKING NEWS

କଟକରୁ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକ ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାମ ସୁରେଶ ଚନ୍ଦ୍ର ବିଶ୍ବାଳ ବୋଲି ଜଣାପଡିଛି। ଖାଦ୍ୟ ଅପମିଶ୍ରଣ ଓ ନକଲି କରିବା ଅଭିଯୋଗରେ ସୁରେଶକୁ ପୋଲିସ ଗିରଫ  କରିଛି। ଗିରଫ ପରେ ସୁରେଶକୁ ଆଜି ସଦର ଥାନା ପୋଲିସ କୋର୍ଟ ଚାଲାଣ କରିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଭେଜାଲ ଜିନିଷର ପେଣ୍ଠଶସ୍ଥଳ ପାଲଟିଛି କଟକ । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଅପମିଶ୍ରିତ ଚା’ ପତି । କଟକରେ ଗତକଳୁ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ କରିଥିଲା ପୋଲିସ୍‌ ।ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ଚା’ ପତି ସହ ବିଭିନ୍ନ ବ୍ରାଣ୍ଡ୍‌ର ଷ୍ଟିକର ଜବତ କରିଥିଲା । ଚଢାଉ ବେଳେ  ପାଖାପାଖି ୭ କ୍ୱିଣ୍ଟାଲରୁ ଅଧିକ ନକଲି ଚା ପତି ଜବତ କରାଯାଇଥିଲା

Leave A Reply

Your email address will not be published.