Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ମୋଦିଙ୍କ ମେଗା ରାଲୀ: କାଲା ହାତରୁ ଟିଏମସି ସାଫ୍

କୋଲକାତା: କୋଲକାତାର ଐତିହାସିକ ବ୍ରିଗେଡ ଗ୍ରାଉଣ୍ଡର ଆଜି ଆୟୋଜିତ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରାଲୀ । ବିଜେପ ପାଇଁ ପ୍ରଚାର ଅବସରରେ ସେ ତାଙ୍କ ଭାଷଣରେ ଅନେକ ବଡ କଥା କହିଥିଲେ, ଆସନ୍ତୁ ଜାଣିବା ସେଗୁଡିକ କଣ ଥିଲା-
ହମ ଦୋ ହମାରେ ଦୋ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ହମ ଦୋ ହମାରେ ଦୋ କହି ବାରମ୍ବାର ସମାଲୋଚିତ କରୁଛନ୍ତି । ଏହାର ଉତରରେ ମୋଦି କହିଥିଲେ, ହଁ ମୁଁ ମୋ ସାଙ୍ଗଙ୍କ ପାଇଁ କାମ କରେ । ଦାରିଦ୍ର‌୍ୟରେ ମୋ ପିଲାବେଳ କଟିଛି । ଯାହା ସହିତ ଖେଳିଛି, ବଢ଼ିଛି ତାକୁ କିପରି ଭୁଲି ଯିବି । ମୁଁ ସେତେବେଳେ ସାଙ୍ଗଙ୍କ ପାଇଁ କାମ କରୁଥିଲି ଓ ଆଗକୁ ମଧ୍ୟ କରିବି ।

ଗୋଟିଏ ପୁତୁରା ମୋହରେ ଦିଦି: ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ଦିଦି ତୁମେ କେବଳ ଜଣେ ପୁତୁରା ପାଇଁ ବାଇ ହୋଇଗଲ । ରାଜ୍ୟର ଲକ୍ଷ ଲକ୍ଷ ଯୁବକ, ଯୁବତୀ କଣ ତୁମ ପୁତୁରା, ଝିଆରୀ ନୁହନ୍ତି ।
ମମତାଙ୍କ ସ୍କୁଟି ନନ୍ଦିଗ୍ରାମରେ ପଡିଯିବ: ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏଥର ଭବାନୀପୁର ଛାଡି ନନ୍ଦିଗ୍ରାମରେ ନିର୍ବାଚନ ଲଢ଼ିବେ । ଏହାକୁ ନେଇ ମୋଦି କହିଥିଲେ ଯାହା ହେଉ ଦିଦି ଆପଣ ସ୍କୁଟିରୁ ପଡି ନାହାନ୍ତି । ନ ହେଲେ ଯେଉଁ ରାଜ୍ୟରେ ସ୍କୁଟି ତିଆରି ହେଉଛି ତାକୁ ଶତ୍ରୁ କରି ଦେଇଥାନ୍ତ । ଆମେ କଣ କରିବୁ ଯଦି ତୁମ ସ୍କୁଟି ଭବାନୀପୁର ବଦଳରେ ନନ୍ଦିଗ୍ରାମରେ ନିଜେ ନିଜେ ପଡିବାକୁ ଯାଉଛି ।

କଂଗ୍ରେସ ବେଙ୍ଗଲ ଜନତାକୁ ଠକି ଚାଲିଛି: ପଶ୍ଚିମବଙ୍ଗକୁ ବାରମ୍ବାର କଂଗ୍ରେସ ଠକି ଚାଲିଛି । ଆଜାଦି ସ୍ଲୋଗାନରେ କଂଗ୍ରେସ କ୍ଷମତାକୁ ଆସିଥିଲା । ଏହା ପରଠାରୁ ଆରମ୍ଭ ହୋଇଥିଲା ଭୋଟ ବ୍ୟାଙ୍କ ରାଜନୀତି । ଯାହା ଏବେ ବି ଚାଲିଛି ।
କଳା ହାତ କିପରି ଧଳା ହୋଇଗଲା: କଂଗ୍ରେସକୁ କଳା ହାତ କହି କ୍ଷମତାକୁ ଆସଥିବା ବାମପନ୍ଥୀ ଏବେ ତାଙ୍କ ଭାଷାରେ କଥା କହୁଛି । ହଠାତ୍ କିପରି କଳା ହାତ ଧଳା ହୋଇଗଲା ।
ସାଧାରଣ ଜନତା ମମତାଙ୍କୁ ନେଇ ବ୍ୟସ୍ତ ଆଉ ବିବ୍ରତ: ବାମପନ୍ଥୀ ବିରୋଧରେ ମାଆ, ମାଟି ଓ ମାନୁଷ ସ୍ଲୋଗାନ ଦେଇ ଦିଦି କ୍ଷମତାକୁ ଆସିଥିଲେ । ମାତ୍ର ଆଜି ବେଙ୍ଗଲ ଜନତା ବ୍ୟସ୍ତ, ବିବ୍ରତ ସେମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି ।
ଦିଦିଙ୍କୁ ଏତେ ରାଗ ଆସୁଛି କାହିଁକି: ପ୍ରଧାନମନ୍ତ୍ରୀ ଏହି ରାଲୀରେ ତାଙ୍କ ବିରୋଧରେ ମମତା ବାନାର୍ଜୀ ବ୍ୟବହାର କରିଥିବା ଅପଶବ୍ଦ କଥା ଉଠାଇଥିଲେ । ଦିଦିଙ୍କୁ ଏତେ ରାଗ ଆସୁଛି କେଉଁଠୁ ? ଦାନବ, ଦୈତ୍ୟ, ଗୁଣ୍ଡା ଓ ରାବଣ ମୋତେ ସବୁ କିଛି କହି ସାରିଲେଣି । ୨୦୧୯ ଲୋକସଭାରେ ବିଜେପି ଭଲ କରିଥିଲା । ଏଥର ବିଧାନସଭା ଆହୁରି ଭଲ କରିବ । ଏଥର ଟିଏମସି ସାଫ ହେବ ।

ବିକାଶର ଆଇନା: ପିଏମ ମୋଦି ଏହି ଅବସରରେ ବେଙ୍ଗଲ ଜନତାଙ୍କ ମନ କିଣିବା ପାଇଁ ବିକାଶର ଆଇନା ଦେଖାଇଥିଲେ । ଇଞ୍ଜିନିୟରିଂ, ଡାକ୍ତର,ଟେକ୍ନୋଲୋଜି ପରି ଗୁରୁତ୍ୱପୂର୍ଣ୍ଣ ପାଠ ବେଙ୍ଗଲ ଭାଷାରେ ପଢ଼ାଯିବ । ସବୁ ବର୍ଗଙ୍କୁ ସମାନ ଧ୍ୟାନ ଦିଆଯିବ । ବେଙ୍ଗଲ ପ୍ରତି ସମସ୍ତଙ୍କ ବିଶ୍ୱାସ ବଢ଼ାଇବା ଆମର ମୂଖ୍ୟ କାର୍ଯ୍ୟ ହେବ ।
କୋଲକାତା ହେବ ସିଟି ଅଫ ଫ୍ୟୁଚର: ମମତାଙ୍କୁ ମୋଦି ପ୍ରଶ୍ନ କରିଥିଲେ ଆଜି କୋଲକାତା କାହିଁକି ଶ୍ରେଷ୍ଠ ୧୦ ସହରରେ ଆସୁନି । ଆମକୁ ଦାୟିତ୍ୱ ମିଳିଲେ ସିଟି ଅଫ ଫ୍ୟୁଚର କରିବୁ ।
୫ ବର୍ଷ କାର୍ଯ୍ୟରେ ୨୫ ବର୍ଷ ପାଇଁ ମୂଳଦୂଆ ପଡିବ: ୫ ବର୍ଷ ବିଜେପି କ୍ଷମତା ରହିଲେ ଯେଉଁ ମୂଳଦୁଆ ପଡିବ ତାହା ୨୫ ବର୍ଷ ପାଇଁ ବେଙ୍ଗଲଙ୍କୁ ଫାଇଦାରେ ରଖିବ ।

Leave A Reply

Your email address will not be published.