Latest Odisha News

BREAKING NEWS

ମୈତ୍ରେୟୀ ଲେଖିକା ସଂଗଠନର ଆଭାସୀ ଗଳ୍ପ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଂଗଠନ ପକ୍ଷରୁ ସଭାପତି ମୈତ୍ରେୟୀ ମାନମୟୀ ରଥ ଏବଂ ସମ୍ପାଦିକା ମୈତ୍ରେୟୀ ଲକ୍ଷ୍ମୀ ଚାନ୍ଦଙ୍କର ତତ୍ତ୍ୱାବଧାନରେ ଏକ ଆଭାସୀ ଗଳ୍ପ ଆସର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ଚାଳିଶିରୁ ଉର୍ଦ୍ଧ୍ବ ସାହିତ୍ୟିକ ସାମିଲ ହୋଇ ଆସରଟିକୁ ସମୃଦ୍ଧ କରିଥିଲେ ।

ପ୍ରାରମ୍ଭରେ ସଂଗ୍ରାମୀ, ସାହିତ୍ୟ ସାଧକ, ମାଟିର ମଣିଷ ସ୍ବର୍ଗତଃ ଅଖିଳ ନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଆସରରେ ସାହିତ୍ୟିକ ତପନ ପଣ୍ଡା ଅତିଥି ଭାବରେ ଯୋଗ ଦେଇଥଲେ

ମୈତ୍ରେୟୀ ପାରମିତା ଷଡଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ଏହି ଗଳ୍ପ ଆସରରେ ମୈତ୍ରେୟୀ ମହାଶ୍ୱେତା ପାଣିଗ୍ରାହୀ, ଲିନା ଧଳ, ସୁଷମା ପରିଜା, ଶକ୍ତିପ୍ରଦା ମହାପାତ୍ର, ସୁଜାତା ମହାପାତ୍ର, ନିବେଦିତା ନନ୍ଦ, ମାଧବୀ ପଟେଲ, ସୁଦୀପା ସାହୁ ଓ ଯାଜ୍ଞସେନୀ ହୋତା ପ୍ରମୁଖ ନିଜସ୍ୱ କ୍ଷୁଦ୍ରଗଳ୍ପ ପାଠ କରିଥିଲେ ଓ ବିଶିଷ୍ଟ ସାହିତ୍ୟିକା ମୈତ୍ରେୟୀ ମୌସୁମୀ ଦାସ ପଠିତ ଗଳ୍ପଗୁଡିକର ସଂକ୍ଷିପ୍ତ ଭାବଗର୍ଭକ ସମୀକ୍ଷା କରିଥିଲେ ।

କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ  ମୈତ୍ରେୟୀ ସସ୍ମିତା ମହାନ୍ତି ଏବଂ ମୈତ୍ରେୟୀ ଲକ୍ଷ୍ମୀପ୍ରିୟା ଓଝା,  ମୈତ୍ରେୟୀ ସୁସ୍ମିତା ପଟେଲଙ୍କର ସାହିତ୍ୟ ଯାତ୍ରାକୁ ଖୁବ ସୁନ୍ଦର ଭାବେ ବିଶ୍ଲେଷଣ କରି ସମୀକ୍ଷା କରିଥିଲେ । ସଙ୍ଗଠନର ସହ ସମ୍ପାଦିକା ସୁଜାତା ମହାପାତ୍ରଙ୍କ ଉପସ୍ଥାପନାରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିବାବେଳେ ପରିଶେଷରେ ମୈତ୍ରେୟୀ ନିବେଦିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.