Latest Odisha News

BREAKING NEWS

ବାତ୍ୟା ‘ଫନୀ’: ଆମ୍ରି ହସ୍ପିଟାଲର ୧୦ କୋଟିରୁ ଊର୍ଧ୍ୱ ସମ୍ପତ୍ତି କ୍ଷତି

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ଫନୀ ପ୍ରଭାବରେ ଉପକୂଳ ଓଡ଼ିଶା ତଥା ଖୋର୍ଦ୍ଧା ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଥିଛି ।

ବାତ୍ୟା ଫନୀ ପ୍ରଭାବରେ ଭୁବନେଶ୍ୱରରେ ପବନର ବେଗ ଘଣ୍ଟା ପ୍ରତି ପାଖାପାଖି୨୪୦ କିଲୋମିଟର ରହିଥିଲାବେଳେ ଭୁବନେଶ୍ୱରର ଅନେକ ଘର, ଅଫିସ ସମେତ ହସ୍ପିଟାଲ ଗୁଡିକର ଅର୍ଧାଧିକ ଭାଗ ନଷ୍ଟ ହୋଇଛି । ଏହି ବାତ୍ୟାରେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲର ପ୍ରାୟ ୧୦ କୋଟି ରୁ ଊର୍ଧ୍ୱର କ୍ଷୟକ୍ଷତି ହୋଇଛି ।

ଏହି ହସ୍ପିଟାଲର ବିଦ୍ୟୁତ ସରବରାହ ଯନ୍ତ୍ରପାତିଠୁ ଆରମ୍ଭ କରି ହସ୍ପିଟାଲର ଓଟି ଉପକରଣ ମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।

ତେବେ ହସ୍ପିଟାଲର ଏତେ କ୍ଷୟକ୍ଷତିସତ୍ୱେ ମଧ୍ୟ ଆମ୍ରି ୨୪ ଘଣ୍ଟିଆ ଆପାତକାଳୀନ ସେବା ଚାଲୁ ରହିଥିଲା ଏବଂ ବାତ୍ୟା ସମୟରେ ହସ୍ପିଟାଲରେ ଥିବା ୨୦୦ ରୁ ଅଧିକ ରୋଗୀଙ୍କର ଚିକିସାରେ କୌଣସି ବ୍ୟତିକ୍ରମ କରାଯାଇନଥିଲା ।

Leave A Reply

Your email address will not be published.