Latest Odisha News

BREAKING NEWS

ସକାଳୁ ସକାଳୁ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

କେନ୍ଦୁଝର: ସକାଳୁ ସକାଳୁ କେନ୍ଦୁଝରର ରାହାସ ନିତିଦିନିଆ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡର ପ୍ରଭାବ ଏତେ ଭୟଙ୍କର ଥିଲା ୫୦ରୁ ଅଧିକ ଦେକାନ ଜଳିଯାଇଛି । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଦୋକାନ ଗୁଡିକ ଲାଗି ହୋଇ ରହିଥିଲା। ତେଣୁ କୌଣସି ଏକ ଦୋକାନର ସର୍ଟ ସର୍କିଟ ହେବାରୁ ଏହି  ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆଉ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ପାଖାପାଖି ୫୦ ଦୋକାନ ଜଳିଯାଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ରାହାସ ମାର୍କେଟରେ ଲୁଗା ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ରହିଥିଲା । କୌଣସି କାରଣ ବଶତଃ ମାର୍କେଟରେ ନିଆଁ ଲାଗିଯାଇଥିଲା । ତା’ପରେ ଗୋଟିଏ ପରେ ଗୋଟିଏ ଦେକାନକୁ ନିଆଁ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ନିଆଁ ଲିଭାଇବାକୁ ପ୍ରାଣ ପଣେ ଉଦ୍ୟମ ଚଳାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ନିଆଁ ଲିଭାଇବା ବେଳେ ପାଣିର ଅଭାବ ଦେଖାଦେଇଥିଲା ଫଳରେ ନିଆଁକୁ ଠିକଣା ସମୟରେ ଆୟତ୍ତ କରାଯାଇପାରି ନଥିଲା। ଏହାପରେ ନିଆଁକୁ ଆୟତ୍ତ କରି ହୋଇପାରିନଥିଲା।

ତେବେ ମାର୍କେଟରେ କିପରି ନିଆଁ ଲାଗିଲା ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ବ୍ୟବସାୟୀ ମାନଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବାରୁ ସେମାନେ ଏବେ ସହାୟତା ଆବଶ୍ୟକ କରିଛନ୍ତି। ଏପରିସ୍ଥଳେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି। ସେପଟେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ପ୍ରୟାସ ଜାରି ରଖିଛନ୍ତି ।

Comments are closed.