Latest Odisha News

BREAKING NEWS

ଓସିଏର ସମ୍ମିଳନୀ ହଲରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକରେ ଥିବା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସମ୍ମିଳନୀ ହଲରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଅନେକ ଉପକରଣ ଏବଂ ଆସବାବପତ୍ର ପୋଡ଼ି ଯାଇଛି। ସମ୍ମିଳନୀ ହଲରୁ ଧୂଆଁ ବାହାରୁଥିବା ଦେଖିବା ପରେ ଓସିଏ କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବକ୍ସି ବଜାର ଅଗ୍ନିଶମ କେନ୍ଦ୍ରର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ। ପରେ ନିଆଁକୁ ସଫଳତାର ସହ ଆୟତ୍ତ କରାଯାଇଥିବା ଜଣାପଡ଼ିଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ସଠିକ୍ କାରଣ ଜଣାପଡିବ।

Comments are closed.