Latest Odisha News

ଆଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ। ନିକୁଞ୍ଜ ବିହାରୀ ଧଳ ଶକ୍ତି ବିଭାଗ ସହ ଅତିରିକ୍ତ ଭାବେ ଅବକାରୀ ସଚିବ ଓ ଗ୍ରୀଡ଼କୋ ଅଧ୍ୟକ୍ଷ ଦାୟିତ୍ୱରେ ରହିବେ ।

୧୯୯୬ ବ୍ୟାଚ୍ ଆଇଏଏସ୍ ତଥା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କୁ  ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି ।  ସେ ଉଭୟ ବିଭାଗ ଦାୟିତ୍ୱରେ ରହିବେ । ଶୁଭା ଶର୍ମା ହେଲେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ । ଭାସ୍କରଜ୍ୟୋତି ଶର୍ମା ବିଜ୍ଞାନ ଓ ବୈଷୟିକ ସଚିବ ଦାୟିତ୍ୱରେ ରହିବେ । ଗୁହା ପୁନମ ତାପସ କୁମାର ହେଲେ ପଞ୍ଚାୟତିରାଜ ଅତିରିକ୍ତ ସଚିବ । ଡାକ୍ତର ବୃନ୍ଦା ଡି. ହେଲେ ମିଶନ ନିର୍ଦ୍ଦେଶକ ଏନଏଚଏମ୍ । ସେହିପରି ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲର ପରିଚଳାନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।  ସରୋଜ କୁମାର ମିଶ୍ରଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

Leave A Reply

Your email address will not be published.