Latest Odisha News

BREAKING NEWS

୯୦%ରୁ ଅଧିକ ସୁରକ୍ଷିତ Pfizer-BioNTech କୋଭିଡ ଟିକା!

ଲଣ୍ଡନ: ଏହି କରୋନା ଟିକା ୯୦%ରୁ ଅଧିକ ସୁରକ୍ଷିତ ବୋଲି ଦାବି କରିଛି ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପିଫାଇଜର ଏବଂ ଜର୍ମାନ ବାୟୋଟେକ୍ ଫାର୍ମ ବାୟୋଏନଟେକ୍।

ଏସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଯେଉଁମାନଙ୍କର ପୂର୍ବରୁ କରୋନା ଲକ୍ଷଣ ନଥିଲା ସେମାନଙ୍କ ଉପରେ ତାଙ୍କ ଟିକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି।

ପିଫାଇଜରର ଚେୟାରମ୍ୟାନ୍ ତଥା ସିଇଓ ଡକ୍ଟର ଆଲବର୍ଟ ବୋର୍ଲା ଏନେଇ କହିଛନ୍ତି, “ମାନବିକତା ଏବଂ ବିଜ୍ଞାନ ପାଇଁ ଆଜିର ଦିନ ଖୁବ ଗୁରୁତ୍ୱପୂର୍ଣ୍ଣ। ଆମ କୋଭିଡ -୧୯ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପରୀକ୍ଷଣରୁ ଜଣାପଡିଛି ଯେ ଏହା କରୋନାଭାଇରସକୁ ପ୍ରତିରୋଧ କରିପାରିବ।

ଡକ୍ଟର ଆଲବର୍ଟ ଆହୁରି ମଧ୍ୟ କହିଛନ୍ତି, ଆମେ ଆମର ଟିକା ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛୁ। ଏହା ବ୍ୟତୀତ ଆମେ ଏଭଳି ସମୟରେ ସଫଳତା ହାସଲ କରିଛୁ ଯେତେବେଳେ ସମଗ୍ର ବିଶ୍ୱ ପାଇଁ ଏହି ଟିକା ଜରୁରୀ ଅଟେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂକ୍ରମଣର ପରିସ୍ଥିତି ଏଭଳି ସ୍ଥିତିରେ ପହଞ୍ଚିଛି ଯେତେବେଳେ ଡାକ୍ତରଖାନାରେ କ୍ଷମତାଠାରୁ ଅଧିକ ରୋଗୀମାନେ ପହଞ୍ଚୁଛନ୍ତି। ଯାହା ଫଳରେ ଅର୍ଥନୀତି ଏକପ୍ରକାର ହ୍ରାସ ପାଉଛି।

Comments are closed.