Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୨ ଜଣଙ୍କ ଜୀବନ

ହଥରସ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୧୨ ଜଣଙ୍କ ଜୀବନ । ଉତ୍ତରପ୍ରଦେଶର ହାଥରସରେ ଘଟିଛି ଏହି ଦୁର୍ଘଟଣା । ଭୋଜି ଖାଇ କିଛି ଯାତ୍ରୀ ଏକ ମ୍ୟାକ୍ସରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଦ୍ଵାରା ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶା କରାଯାଉଛି।

ସୂଚନା ଅନୁସାରେ, ଆଗ୍ରା-ଆଲିଗଡ ବାଇପାସ୍ ଚାନ୍ଦପା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ତ୍ରୟୋଦଶ ଭୋଜି ଖାଇ ଫେରିବା ବେଳେ ଏକ ମ୍ୟାକ୍ସ ଗାଡିରେ ୨୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଫେରୁଥିବା ବେଳେ ଏକ ବସ୍ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ସମସ୍ତେ ସେବଲା ଗାଁର ବୋଲି ଜଣାପଡିଛି ।

ଉକ୍ତ ଘଟଣାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଆହତମାନଙ୍କ ପରିବାରକୁ ୫୦ ହଜାର ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.