Latest Odisha News

ଟି୨୦ ବିଶ୍ୱକପ: ଭାରତୀୟ ଟିମ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଟିମ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି । ଭାରତୀୟ ଟିମର ଅଧିକାଂଶ ଖେଳାଳି ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି । ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ପ୍ରଥମ ବ୍ୟାଚ ଖେଳାଳି ୨୫ରେ ନ୍ୟୁୟର୍କ ଗସ୍ତରେ ଯିବେ । ଅନ୍ୟ ଖେଳାଳିମାନେ ୨୬ରେ ଯିବେ । ପୂର୍ବରୁ ଆଇପିଏଲ ପ୍ଲେ ଅଫକୁ ଉନ୍ନୀତ ହୋଇପାରି ନ ଥିବା ଦଳରେ ଥିବା ଟିମ ଇଣ୍ଡିଆର ଖେଳାଳି ମେ ୨୧ରେ ଯିବେ ବୋଲି ସ୍ଥିର ହୋଇଥିଲା । ଅଧିନାୟକ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରାହ, ରିଷଭ ପନ୍ତ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ୨୫ରେ ଯିବେ । ମେ ୨୭ରେ ଆଇପିଏଲ ଫାଇନାଲକୁ ଉନ୍ନୀତ ହୋଇଥିବା ଦଳର ଖେଳାଳିମାନେ ନ୍ୟୁୟର୍କ ଯିବେ ।

ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଏହି ବିଶ୍ୱକପରେ ଭାରତ ଜୁନ ୨ରେ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୯ ଜୁନରେ ହାଇ ଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ଗ୍ରୁପ ଏରେ ଭାରତ ସହ ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା ଓ ଆମେରିକା ଟିମ ରହିଛନ୍ତି ।
ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ।

Leave A Reply

Your email address will not be published.