Latest Odisha News

BREAKING NEWS

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ରାଜ୍ୟରେ ୪ ଲକ୍ଷ ୧୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସମ୍ଭାବନା

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮’ରେ ଭାରତର ପ୍ରମୁଖ ଶିଳ୍ପ ସଂସ୍ଥାର ଶିଳ୍ପପତିମାନେ ଓଡ଼ିଶାରେ ବଡ଼ ଧରଣର ପୁଞ୍ଜିନିବେଶ କରିବାକୁ ଆଗ୍ରହ ସୃଷ୍ଟି କରିଛନ୍ତି । ଏହି କନକ୍ଲେଭରେ ଶିଳ୍ପପତିମାନେ ୧୫ଟି ବିଭିନ୍ନ କ୍ଷେତ୍ରରେ ପ୍ରାୟ ୪ଲକ୍ଷ ୧୯ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଓଡ଼ିଶା ରାଜ୍ୟ ସରକାରଙ୍କୁ ପ୍ରତିଶୃତି ଦେଇଛନ୍ତି ।

 

ରାଜ୍ୟ ସରକାର ଯେଉଁ କ୍ଷେତ୍ରମାନଙ୍କରେ ପୁଞ୍ଜିନିବେଶ ଲାଗି ନିବେଶକଙ୍କ ଠାରୁ ପ୍ରତିଶୃତି ପାଇଛନ୍ତି ସେହି କ୍ଷେତ୍ର ଗୁଡ଼ିକ ହେଲା – ଖଣିଜ, ଧାତୁ ଓ ଡ଼ାଉନଷ୍ଟ୍ରିମ, ରାସାୟନ ଓ ଫର୍ଟିଲାଇଜର, ପେଟ୍ରୋକେମିକାଲ୍ସ, ଖାଦ୍ୟ ପ୍ରଶଂସ୍କରଣ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଉର୍ଜା ନବୀକରଣ ଏବଂ ଇଲେକ୍ଟ୍ରୋନିକ କ୍ଷେତ୍ର ପରି କେତେକ ପ୍ରମୁଖ ସେଗମେଣ୍ଟ ।

ଯେଉଁସବୁ ପ୍ରମୁଖ ଶିଳ୍ପସଂସ୍ଥାମାନେ ମେଗା ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ସେହି ଶିଳ୍ପସଂସ୍ଥାଗୁଡ଼ିକ ହେଲେ – ହଳଦିଆ ପେଟ୍ରୋକେମିକାଲ୍ସ (୭୦,୦୦୦କୋଟି), ଜିନ୍ଦାଲ୍ ଷ୍ଟିଲ୍ ଓ ପାୱାର୍ (୬୦,୯୫୦କୋଟି), ମହାନଦୀ କୋଲଫିଲ୍ଡସ(୫୮,୭୯୭କୋଟି), ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ (୪୧,୪୦୦କୋଟି), ନାଲକୋ (୩୭,୮୬୧କୋଟି) ଏବଂ ଏକ ତାଇୱାନ କମ୍ପାନୀ (୪୩,୦୦୦କୋଟି) ।

ଏହି ଅବସରରେ ମଙ୍ଗଳବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କନକ୍ଲେଭର ୨ୟ ସଂସ୍କରଣରେ ଓଡ଼ିଶା ଔଦ୍ୟଗୀକରଣ ଇତିହାସରେ ଏହା ଏକ ବିଶେଷ ମୂହୁତ୍ତ ଭାବେ ବିବେଚିତ ହେବ । “ମୋର ବିଶ୍ୱାସ ରହିଛି ଯେ, ନିବେଶକମାନଙ୍କର ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଚାର ବିମର୍ଷ ତଥା ପୁଞ୍ଜିନିବେଶକଙ୍କ ସବୁଠୁ ପସନ୍ଦଯୋଗ୍ୟ ସ୍ଥାନ ହେବାରେ ଦେଶ ପ୍ରମୁଖ ରାଜ୍ୟ ହେବାକୁ ଯାଉଛି ।”

ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି, ପୁଞ୍ଜିନିବେଶକମାନେ ପ୍ରତିଶୃତି ଦେଇଥିବା ୪ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ପୁଞ୍ଜିନିବେଶ ହେଲେ କିଛିବର୍ଷ ମଧ୍ୟରେ ଆମ ରାଜ୍ୟରେ ୫ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହିସବୁ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଯାହାସବୁ ସହାୟତା ଆବଶ୍ୟକ ତାହା ରାଜ୍ୟ ସରକାର ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ।

‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ୩ୟ ସଂସ୍କରଣକୁ ୨୦୨୦ ଡ଼ିସେମ୍ବର ୩୦ରୁ ଡ଼ିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Leave A Reply

Your email address will not be published.