Latest Odisha News

ଗରବାରେ ଏଣ୍ଟ୍ରି ପାଇଁ ଗୋମୂତ୍ର ପିଇବାକୁ ଦିଆଯାଉ: ବିଜେପି ନେତା

ଇନ୍ଦୋର: ଆଗକୁ ଆସୁଛି ନବରାତ୍ରି, ଏହି ସମୟରେ ଗରବା ପେଣ୍ଡାଲରେ ଖଚାଖଚ ଭିଡ଼ ଦେଖିବାକୁ ମିଳିବ। ଏହାରି ମଧ୍ୟରେ ଜଣେ ବିଜେପି ନେତା କହିଛନ୍ତି ଯେ ନବରାତ୍ରୀ ସମୟରେ ଗରବା ପେଣ୍ଡାଲରେ ଗୋମୂତ୍ର ପିଇବା ପରେ ଲୋକଙ୍କୁ ଏଣ୍ଟ୍ରି ଦିଆଯିବା ଉଚିତ।

ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ନେତା ହେଉଛନ୍ତି ଇନ୍ଦୋର ଜିଲ୍ଲାର ସଭାପତି ଚିଣ୍ଟୁ ବର୍ମା।

ସେ ଆହୁରି ମଧ୍ଯ କହିଛନ୍ତି, ‘ଗରବା ପେଣ୍ଡାଲକୁ ଆସୁଥିବା ସମସ୍ତ ଲୋକ ଗୋମୂତ୍ର ପିଇବା ଉଚିତ୍। ଯଦି ବ୍ୟକ୍ତି ଜଣେ ହିନ୍ଦୁ ହୋଇଥିବେ ତେବେ ଗୋମୂତ୍ର ପିଇବାରେ ତାଙ୍କର କୌଣସି ଆପତ୍ତି ହେବ ନାହିଁ। କାରଣ ଆଜିର ସମୟରେ ଆଧାର କାର୍ଡ ଏଡିଟ୍ କରି ହେଉଛି। ଲୋକମାନେ ମଧ୍ୟ ଗରବାକୁ ଆସିବା ପାଇଁ ତିଲକ ଲଗାଇ ଦେଉଛନ୍ତି। ଏଭଳି ସ୍ଥିତିରେ ପେଣ୍ଡାଲକୁ ଆସୁଥିବା ଲୋକ ଗୋମୂତ୍ର ପିଇବା ପରେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବା ଉଚିତ୍।

ବିଜେପି ନେତାଙ୍କ ଏଭଳି ବୟାନ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ନେତା କହିଛନ୍ତି ଯେ ବିଜେପି ନେତା ଧ୍ରୁବିକରଣ କରିବାକୁ ଉଦ୍ୟମ କରୁଛନ୍ତି।

ଚିଣ୍ଟୁଙ୍କ ବିବୃତ୍ତିରେ କଂଗ୍ରେସ ମୁଖପାତ୍ର ନୀଲବ ଶୁକ୍ଲା କହିଛନ୍ତି ଯେ ଗୋଶାଳା ସ୍ଥିତି ଅତ୍ୟନ୍ତ ଖରାପ ଥିବାବେଳେ ବିଜେପି ନେତାମାନେ ଚୁପ୍ ରହୁଛନ୍ତି କିନ୍ତୁ ଗରବାରେ ପ୍ରବେଶ ପ୍ରସଙ୍ଗକୁ ରାଜନୀତିକରଣ କରିବାକୁ ଚେଷ୍ଟା କରୁଛନ୍ତି।

ତେବେ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା ଏହି ବୟାନରୁ ନିଜକୁ ଦୂରେଇ ରଖି କହିଛନ୍ତି ଯେ ଏହା ଦଳର ଆଭିମୁଖ୍ୟ ନୁହେଁ ବରଂ ଉକ୍ତ ନେତାଙ୍କ ବ୍ୟକ୍ତିଗତ ମତାମତ।

Leave A Reply

Your email address will not be published.