ଚେନ୍ନାଇ: ଲୋକପ୍ରିୟ ମାଲାୟାଲମ ଫିଲ୍ମ ଅଭିନେତା ଇନୋସେଣ୍ଟ ବରୀଦ ଥେକେଥଲାଙ୍କର ପରଲୋକ ହୋଇଛି। ଗତକାଲି(ମାର୍ଚ୍ଚ ୨୬) ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ୭୫ ବର୍ଷୀୟ ଅଭିନେତା। ମାର୍ଚ୍ଚ ପ୍ରଥମ ସପ୍ତାହରେ ତାଙ୍କ ଗଳାରେ ସଂକ୍ରମଣ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ଏହାଛଡା କିଛି ବର୍ଷ ହେବ ସେ କ୍ୟାନ୍ସର ରୋଗ ମଧ୍ୟ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।।
ଇନୋସେଣ୍ଟ ବରୀଦ ଥେକେଥଲାଙ୍କର ବିୟୋଗରେ ଭହୁ ନେତା ଓ ଅଭିନେତା ଶୋକପ୍ରକାଶ କରି ସୋସିଆଲ୍ ମିଡିଆରେ ଶୋକ ବାର୍ତ୍ତା ଦେଇଛନ୍ତି। ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରୃଥ୍ୱୀରାଜ ସୁକୁମାରଣ, ଦୁଲକେର ସଲମାନ, ଖୁସବୁ ସୁନ୍ଦର, ଶଶି ଥରୁରଙ୍କ ଭଳି ପ୍ରମୁଖ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।
ଇନୋସେଣ୍ଟ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ହାସ୍ୟ କଳାକାର। ସେ ଅନେକ ଫିଲ୍ମରେ ଲୋକଙ୍କୁ ହସାଇ ହସାଇ ବେଦମ କରିଛନ୍ତି। ୧୯୭୨ ମସିହାରେ ‘ନୃତ୍ୟଶାଳା’ ଫିଲ୍ମ ଜରିଆରେ ସେ ମାଲାୟାଲମ ଫିଲ୍ମ ଡେବ୍ୟୁ କରିଥିଲେ। ୪୦ ବର୍ଷର ସିନେମା କ୍ୟାରିୟର ଭିତରେ ଇନୋସେଣ୍ଟ ଅନେକ ଫିଲ୍ମରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି।
ବିଶେଷ କରି ହାସ୍ୟା ଅଭିନେତା ଭାବେ ତାଙ୍କର ଲୋକପ୍ରିୟତା ଅଧିକ ରହିଛି। ପୃଥ୍ୱୀରାଜ ସୁକୁମାରଣଙ୍କର ଫିଲ୍ମ କଡ଼ୁଭାରେ ତାଙ୍କୁ ଶେଷଥର ପାଇଁ ପରଦାରେ ଦେଖିବାକୁ ମିଳିଥିଲା। ସେହିପରି ଫାହାଦ୍ ଫସିଲ ଆଗାମୀ ଚଳଚ୍ଚିତ୍ର ପାଚୁଭମ୍ ଆଥଭୁଥଭିଲାକ୍କୁମ୍ରେ ମଧ୍ୟ ସେ ଅଭିନୟ କରିଛନ୍ତି। ହେଲେ ଫିଲ୍ମଟି ଏବେ ରିଲିଜ୍ ଅପେକ୍ଷାରେ ରହିଛି।
ଫହାଦ ଫସିଲଙ୍କର ଏହି ଫିଲ୍ମ ପରଦା ଉପରକୁ ଆଶିଲେ ଦର୍ଶକେ ଶେଷଥର ପାଇଁ ଇନୋସେଣ୍ଟଙ୍କୁ ପରଦା ଉପରେ ଦେଖିବେ। ଇନୋସେଣ୍ଟ ତାଙ୍କ କ୍ୟାରିୟରରେ ୫୦୦ରୁ ଅଧିକ ସିନେମାରେ କାମ କରିଛନ୍ତି। ଏଥିସହିତ କ୍ୟାନ୍ସର ରୋଗରେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ‘ଲାଫ୍ଟର’ ନାମକ ଏକ ପୁସ୍ତକ ବି ଲେଖିଥିଲେ।
Comments are closed.