Latest Odisha News

BREAKING NEWS

ପାଇଲଟ୍ ପାଲଟିଲେ ଫାଷ୍ଟଫୁଡ୍ ଦୋକାନୀ !

ଭୁବନେଶ୍ୱର: ପରିଚୟ ଅଜରିନ୍ ମୋହମ୍ମଦ ଜୱାୱି । ପେଶା ପାଇଲଟ୍ ତଥା ଫ୍ଲାଇଟ୍ ଇନ୍‌ଷ୍ଟ୍ରକ୍ଟର୍ । ହେଲେ ଏବେ ରାସ୍ତାକଡରେ ବିକୁଛନ୍ତି ନୁଡୁଲ୍ସ । ସୋସିଆଲ୍ ମିଡିଆରେ ଏହି ପାଇଲଟ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଫ୍ଲାଇଟ୍ ପାଇଲଟ୍ ନୁଡୁଲ୍ସ ବିକିବା ଘଟଣା ଯେତିକି ଭାଇରାଲ୍ ହୋଇଛି, ତାଠୁ ଅଧିକ ସାଧାରଣ ଜନତାଙ୍କୁ ତାଜୁବ କରିଛି ।

୪୪ବର୍ଷୀୟ ଅଜରିନ୍ ଦିନେ ମାଲେସିଆର ମାଲିଣ୍ଡୋ ଏୟାରରେ କାର୍ଯ୍ୟରତ ଥିଲେ । ହେଲେ କରୋନା ମହାମାରୀର କ୍ରୁର ପ୍ରଭାବରେ ସେ ଚାକିରୀରୁ ବିଦା ହୋଇଥିଲେ । ନିୟମତ ରୋଜଗାରର ଉତ୍ସ ବନ୍ଦ ହୋଇଯିବାପରେ ବି ସେ ଭାଙ୍ଗିପଡିନଥିଲେ । ୪ଜଣ ସନ୍ତାନଙ୍କ ବାପା ଅଜରିନ୍ ପେଟ ପୋଷିବାକୁ ଲାଜ ସରମ ଛାଡି ରାସ୍ତାକଡରେ ଖୋଲିଥିଲେ ନୁଡୁଲ୍ସ ଦୋକାନ ।

ନିଜ ଦୋକାନରେ ଅଜିରନ୍ ଖାସ କରି ମାଲେସୀୟ ଖାଦ୍ୟ ବିକ୍ରି କରିଥାନ୍ତି । ଯେଉଁଥିରେ ସାମିଲ ଅଛି ଘରୋଇ ରେସିପି ଦ୍ୱାରା ପ୍ରସ୍ତୁତ କରି ନୁଡୁଲ୍ସ ଲକ୍ସା ଓ ଫଳରେ ପ୍ରସ୍ତୁତ ମିଠା ରୋଜକ । ପ୍ରଥମେ ଅଜ୍‌ରିନ୍‌ଙ୍କ ବ୍ୟବସାୟ ଏତେଟା ଜୋର୍ ଧରିନଥିଲା । ହେଲେ ପାଇଲଟ ପୋଷାକରେ ନୁଡୁଲ୍ସ ବିକିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ଚାହିଦା ଢେର ବଢିଛି । ନିଜ ଦୋକାନକୁ ସେ କ୍ୟାପ୍ଟେନ୍ କର୍ଣ୍ଣର ଭାବେ ନାମିତ କରିଛନ୍ତି ।

Comments are closed.