Latest Odisha News

BREAKING NEWS

ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାର ସିଂହ ସଫାରୀରେ ଆଜି ସକାଳେ ପୁଣି ଏକ ସିଂହର ମୃତ୍ୟୁ ଘଟିଛି । ଚିଡ଼ିଆଖାନାରେ ଚିକିତ୍ସାଧୀନ ଥିବା ଏହିି ସିଂହକୁ ୮ବର୍ଷ ବୟସ ହୋଇଥିଲା ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ମଙ୍ଗଳବାର ସକାଳୁ ଏହି ସିଂହଟି କୌଣସି କାରଣରୁ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲା । ତେବେ ସିଂହଟିକୁ କାଲିଠାରୁ ଚିଡ଼ିଆଖାନା ଚିକିତ୍ସାଳୟଠାରେ ଚିକିତ୍ସା କରାଯାଉଥିଲା ।

ତେବେ ଏହି ମୃତ ସିଂହଟିର ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ସଠିକ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଜଣାଇଛନ୍ତି । ଏନେଇ ଓୟୁଏଟିର ମେଡ଼ିକାଲ ବିଭାଗର ଏକ ଚିକିତ୍ସକ ଟିମ୍ ନନ୍ଦନକାନନ ଆସି ପହଞ୍ଚିଛନ୍ତି ।

ସିଂହର ଅସ୍ୱାଭାବିକ ମୃତ୍ୟୁ ନେଇ ଏହି ଟିମ୍ ଭଲଭାବେ ଯାଞ୍ଚ କରୁଛି ଏବଂ ଏବେଠାରୁ ନନ୍ଦନକାନନରେ ସତର୍କତା ମୂଳକ ପଦକ୍ଷେପକୁ କଡ଼ାକଡ଼ି କରାଯିବ ବୋଲି ନନ୍ଦନକାନନର କର୍ତ୍ତୃପକ୍ଷ କହିଛନ୍ତି ।

ଏହି ୮ ବର୍ଷର ସିଂହଟିକୁ ୨୦୧୫ ମସିହାରେ ଇସ୍ରାଏଲର ତେଲ ଆଭିବ ସହରରୁ ନନ୍ଦନକାନନକୁ ଅଣାଯାଇଥିଲା ।

ଏହି ସିଂହଟିର ମୃତ୍ୟୁପରେ ଏବେ ନନ୍ଦନକାନନରେ ୫ଟି ପୁରୁଷ ସିଂହ ଓ ୭ଟି ସ୍ତ୍ରୀ ସିଂହ ଏମିତି ସମୂଦାୟ ୧୨ଟି ସିଂହ ଅଛନ୍ତି ।

ଗୋଟିଏ ମାସକ ମଧ୍ୟରେ ନନ୍ଦନକାନନରେ ୨ଟି ସିଂହଙ୍କର ମୃତ୍ୟୁ ଘଟିବା ଘଟଣା ଏବେ ଚର୍ଚ୍ଚାରେ ।

Leave A Reply

Your email address will not be published.