Latest Odisha News

BREAKING NEWS

ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଗ୍ୟାଙ୍ଗର କାରନାମା ଭିଡ଼ିଓ

ମାଲକାନଗିରି: ପୁଣି ସାମ୍ନାକୁ ଆସିଛି ଆଉ ଏକ ଗ୍ୟାଙ୍ଗର କାରନାମା। ଭୁବନେଶ୍ୱର କେବିଏନ୍, କଟକର ପବ୍ଲିକ ଷଣ୍ଢ, ବଲାଙ୍ଗୀରର କିଙ୍ଗ୍ ଗ୍ରୁପ ଭିଡ଼ିଓ ଭାଇରାଲ ପରେ ମାଲକାନଗିରିରେ ବି ଦେଖିବାକୁ ମିଳିଛି ସମାନ ଷ୍ଟାଇଲର ଦୃଶ୍ୟ। କ୍ୟାମରାରେ କଏଦ ହୋଇ ଏହି ଦୃଶ୍ୟ ଭାଇରାଲ ହେବା ପରେ ସମଗ୍ର ମାଲକାନଗିରିରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ହାତରେ ରହିଛି ଗଞ୍ଜେଇ, ସିଗାରେଟ୍। ପାଟିରୁ ଭକଭକ୍ ବାହରୁଛି ଧୁଆଁ। ଏହାସହ ଏମାନଙ୍କ ହାତରେ ରହିଛି ବୋତଲ। କିନ୍ତୁ ଏହା ଦେଶୀ କିମ୍ବା ବିଦେଶୀ ମଦର ବୋତଲ ନୁହଁ। ବରଂ ଏହା ହେଉଛି ଚରସ। ଯାହାକୁ ପାନ କଲେ ମାତ୍ରାଧିକ ନିଶା ହୁଏ। ଏକ ଭଙ୍ଗା ଘରେ ନିଶାରେ ମାତାଲ ହୋଇଛନ୍ତି ଯୁବପିଢ଼ି। ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି।

କେବଳ ସେତିକି ନୁହେଁ, ନିଶାସକ୍ତ ଅବସ୍ଥାରେ ଅନ୍ୟ ଏକ ଯୁବକଙ୍କୁ ଜଣକ ପରେ ଜଣେ ପିଟୁଛନ୍ତି। ପିଟିବାର ଭିଡ଼ିଓ ଉତ୍ତୋଳନ କରି ତାହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରୁଛନ୍ତି ଏହି ଯୁବକମାନେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ମାଲକାନଗିରିର ମହିଳା ମହାବିଦ୍ୟାଳୟର ପଛପଟର ଦୃଶ୍ୟ। ଏହା ପାଖକୁ ଲାଗି ରହିଛି ମହିଳା ହଷ୍ଟେଲ।

ଏନେଇ ମାଲକାନଗିରି ଏସଡ଼ିପିଓ ଅଭିଳାଷ ଜିଙ୍କୁ ପଚାରାଯାଇଥିଲା। ପୋଲିସ ଏ ବିଷୟରେ ଅବଗତ ଥିବା କହିବା ସହ କହିଥିଲେ, ଯୁବଗୋଷ୍ଠୀ ନବରଙ୍ଗପୁର ପଳାଇଥିଲେ। ବର୍ତ୍ତମାନ ସେମାନେ ଆନ୍ଧ୍ରା ଯାଇଥିବାର ଖବର ଆସିଛି। ସେମାନଙ୍କ ନାଁରେ କେସ୍ ରେଜିଷ୍ଟର କରି ଗିରଫ କରାଯିବା ପରେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.