Latest Odisha News

BREAKING NEWS

ଫୁଡ୍‌ ଷ୍ଟଲ୍‌ରେ ଆମିଷ ଖାଦ୍ୟ ବିକ୍ରି ମନା!

ନୂଆଦିଲ୍ଲୀ: ଖବର ଅନୁଯାୟୀ ଗୁଜୁରାଟର ଭଦୋଦରା ଆମିଷ ଖାଦ୍ୟକୁ ଖୋଲାଖୋଲି ଭାବେ ବିକ୍ରି କରୁଥିବା ଷ୍ଟ୍ରିଟ୍‌ ଦୋକାନୀଙ୍କୁ ଦଣ୍ଡ ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଭଦୋଦରା ନାଗରିକ ଅଧିକାରୀମାନଙ୍କୁ ଖାଦ୍ୟ ଷ୍ଟଲଗୁଡିକରେ ଖୋଲାଖୋଲି ଭାବେ ଆମିଷ ଖାଦ୍ୟ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଣ୍ଡାରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନୀଙ୍କ ଉପରେ ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ ହେବ ବୋଲି ସୂଚନା ମିଳିଛି।

BjdElectrycity

ଗୁଜୁରାଟର ରାଜକୋଟର ମେୟର ନିର୍ଦ୍ଦେଶ ଦେବା ପରେ ଭଦୋଦରାରେ ମଧ୍ୟ ଏହି ନିୟମ ଲାଗୁ ହେବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଆମିଷ ଖାଦ୍ୟ ବିକ୍ରୟ କରୁଥିବା ଷ୍ଟଲଗୁଡିକ ନିର୍ଦ୍ଦିଷ୍ଟ ହକିଂ ଜୋନ୍ ମଧ୍ୟରେ ସୀମିତ ରହିବ ଏବଂ ମୁଖ୍ୟ ରାସ୍ତାଠାରୁ ଦୂରରେ ରହିବ।

ରାସ୍ତା କଡ଼ରେ ଆମିଷ ଖାଦ୍ୟ ବିକ୍ର ଦ୍ବାରା ଏହାର ପ୍ରଭାବ ଟ୍ରାଫିକ୍‌ରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହା ବାଟରେ ଯାଉଥିବା ଲୋକଙ୍କ ଧାର୍ମିକ ଭାବନା ଉପରେ ପ୍ରଭାବ ପକାଇପାରେ ବୋଲି ଭଦୋଦରା ମ୍ୟୁନିସିପାଲିଟି କର୍ପୋରେସନ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କହିଛନ୍ତି।

Leave A Reply

Your email address will not be published.