Latest Odisha News

ମାଲକାନଗିରି ମୁନସିପାଲିଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ମାଲକାନଗିରି: ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମାଲକାନଗିରି ମୁନସିପାଲିଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ମନିଷ ଅଗ୍ରୱାଲ୍ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୮ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି ।

ଏହି ସମୟ ମଧ୍ୟରେ କଣ୍ଟେନମେଣ୍ଟ ଜୋନ୍ ଭିତରକୁ ଯିବା ଆସିବା ଉପରେ କଟକଣା ଲଗାଯାଇଛି । ଗାଡିମଟର ଚଳାଚଳ ସହ କଣ୍ଟେନମେଣ୍ଟ ଅଞ୍ଚଳରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଏବଂ ସପିଂ ପ୍ରତିଷ୍ଠାନ ବନ୍ଦ ରହିବ।

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡିସିନ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏହି କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଲୋକମାନଙ୍କୁ ଘର ଭିତରେ ହିଁ ରହିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.