ମାଲକାନଗିରି : ମହଙ୍ଗା ପଡ଼ିଲା ଚୋରା ଗଞ୍ଜେଇ କାରବାର । ମାଲକାନଗିରିରେ ଲୁଚି ଛପି ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କୁ ଲାଗିଛି ଶକ୍ତ ଝଟକା । ଗଞ୍ଜେଇ କାରବାର କରୁଥିବା ଲୋକଙ୍କ ଘର ଦ୍ବାର ଓ ଦୋକାନ ସିଲ୍ କରିଛି ପୋଲିସ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ପଦକ୍ଷେପ ନେଇଛି ପୋଲିସ ।
ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଚୋରାରେ ଗଞ୍ଜେଇ କାରବାର କରି ଚାଲିଥିଲେ ଏହି ମାଫିଆମାନେ । ଚୋରା ଗଞ୍ଜେଇ କାରବାର ଫଳରେ ଦୋକାନ ବଜାର କରି ଅଏସ ଆରାମରେ ରହୁଥିଲେ । ଏପରିକି ଏମାନଙ୍କ ଏକର ,କର ଜମି ଥିବା ବେଳେ, କାଲିମେଳା ସହରରେ ବଡ଼ ବଡ଼ କୋଠା ରହିଛି । ଏହି ଅଭିଯୁକ୍ତଙ୍କ ଆର୍ଥିକ କାରବାରର ତଦନ୍ତ ହେବା ପରେ ପଦକ୍ଷେପ ନେଇଥିଲା ମାଲକାନଗିରି ପୋଲିସ । ତଦନ୍ତ ପରେ ୧୧ ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ପୋଲିସ ଜବତ କରିବା ସହ ଘର ଓ ଦୋକାନକୁ ସିଲ୍ କରିଛି ।
Comments are closed.