Latest Odisha News

BREAKING NEWS

ଝାରସୁଗୁଡ଼ାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ବର : ଝାରସୁଗୁଡାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଝାରସୁଗୁଡ଼ାରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

ଝାରସୁଗୁଡ଼ାରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇଥିବାରୁ ଜିଲ୍ଲାରେ ପ୍ରକ୍ରିୟାକରଣ ଶିଳ୍ପର ପର୍ଯ୍ୟାପ୍ତ ସମ୍ଭାବନା ଓ ସୁଯୋଗ ରହିଛି । ଏଥିପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ସ୍ବତନ୍ତ୍ର ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅସିତ ତ୍ରିପାଠୀ । ଜିଲ୍ଲାରେ ଅଦା, ଲଙ୍କା, ସବୁଜ ପନିପରିବା, ତୈଳବୀଜ, ଲଘୁ ଶସ୍ୟ, ଫଳ ଓ ଫୁଲ ଚାଷର ଉତ୍ପାଦନ ପାଇଁ ପ୍ରକୃଷ୍ଟ ଜଳବାୟୁ ରହିଛି । ଏଥିପାଇଁ ନିର୍ଦ୍ଦିଷ୍ଟ କୃଷି ଯୋଜନା ପ୍ରସ୍ତୁତ କରିବାକୁ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କୃଷିଜାତ ଦ୍ରବ୍ୟର ଅମଳ ପରବର୍ତ୍ତି ଏକତ୍ରିକରଣ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି ବିପଣନ ଆଦି ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ଶିକ୍ଷିତ ଯୁବବର୍ଗ ଏବଂ ମହିଳାଙ୍କୁ ବିଭିନ୍ନ କୌଶଳ ବିକାଶ ତାଲିମ ଜରିଆରେ ରୋଜଗାରକ୍ଷମ ଓ ସଶକ୍ତ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଜିଲ୍ଲାରେ ଶିଳ୍ପ ଓ କୃଷି ଉଦ୍ୟୋଗର ବିକାଶ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ଅସିତ ତ୍ରିପାଠୀ ।

ସମୀକ୍ଷା ବୈଠକ ପରେ ଭାସ୍କର ଟେକ୍ସଟାଇଲ ମିଲ ପରିସରସ୍ଥିତ ସରକାରୀ ଜମି, ବାଞ୍ଝିବୋରାସ୍ଥିତ ବୃହତ ଉଠା ଜଳସେଚନ ପ୍ରକଳ୍ପ, ଏଚ. କଟାପାଲିରେ ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ, ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ଜି.ଏଲ ହାଇସ୍କୁଲ ରୂପାନ୍ତରିକରଣ ପ୍ରକଳ୍ପ, ବଞ୍ଜାରୀ ଗ୍ରାମ ପଞ୍ଚାୟତରେ ଫଳ ଏବଂ ଫୁଲ ଚାଷ ଫାର୍ମ, ବେଲପାହାଡ଼ସ୍ଥିତ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପ୍ରକଳ୍ପ ପରିଦର୍ଶନ କରିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ବିଟିଏମ୍ ପରିସର ମଧ୍ୟରେ ଥିବା ସରକାରୀ ଜମିର ବିନିଯୋଗ ନିମନ୍ତେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ଅସିତ ତ୍ରିପାଠୀ ।

Leave A Reply

Your email address will not be published.