କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ରାଜନୈତିକ ବିବାଦ ତୁଟିବାରେ ନାମ ଧରୁନି । ମଙ୍ଗଳବାର ମମତା ଟୁଇଟରରେ ରାଜ୍ୟପାଳଙ୍କୁ ବ୍ଲକ କରିଛନ୍ତି । ସେ ରାଜ୍ୟପାଳଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଏପରିକି ତାଙ୍କ ଟୁଇଟ ଯୋଗୁ ସେ ମାନସିକ ଯନ୍ତ୍ରଣା ଅନୁଭବ କରନ୍ତି ବୋଲି ମମତା କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ପତ୍ର ଲେଖିଛନ୍ତି । ଏପରିକି ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ହଟାଇବା ପାଇଁ ଟିଏମସି ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ଲେଖାାଇଛି ।
Comments are closed.