Latest Odisha News

BREAKING NEWS

ହସପିଟାଲରୁ ଡିସଚାର୍ଜ ହେଲେ ମମତା ବାନାର୍ଜୀ

କୋଲକାତା : ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା ବାନାର୍ଜୀ । ନନ୍ଦିଗ୍ରାମରେ ମନ୍ଦିରରୁ ଫେରୁଥିବା ବେଳେ ଆହତ ହୋଇଥିବା ମମତା ବାନାର୍ଜୀ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଦି ହସ୍ପିଟାଲରୁ ଏକ ହୁଇଲ ଚେୟାରରେ ବସି ବାହାରକୁ ଆସିଥିବା ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ଗୋଡ଼ରେ ଏବେ ବି ପ୍ଲାଷ୍ଟର ରହିଛି । ତେବେ ସେ ହୁଇଲ୍ ଚେୟାରରେ ବସି ପ୍ରଚାର କରିବେ ବୋଲି କହିଛନ୍ତି ।

ମମତା ବାନାର୍ଜୀଙ୍କ ଗୋଡରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ହସପିଟଶଲରେ ନୀରିକ୍ଷଣରେ ରଖାଯାଇଥିଲା । ୬ ଜଣିଆ ଡାକ୍ତରୀ ଟିମ୍ ମମତାଙ୍କ ସ୍ବାସ୍ଥ୍ୟ ଉପରେ କ୍ରମାଗତ ନଜର ରଖିଥିଲେ । ହସପିଟାଲରେ ଥିବା ବେଳେ, ଶାନ୍ତି ବଜାୟ ରଖିବାକୁ ଗତକାଲି ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ମମତା ।

Leave A Reply

Your email address will not be published.