Latest Odisha News

BREAKING NEWS

ରାହୁଲଙ୍କ ଫୋନ ପାଇବା ପରେ ମେଣ୍ଟ ବୈଠକକୁ ନ ଆସିବାର କାରଣ କହିଲେ ମମତା

ନୂଆଦିଲ୍ଲୀ: ମେଣ୍ଟରେ ଫାଟ ଜଳ ଜଳ ଦିଶିଲାଣି । ଏକ ହେଉଛନ୍ତି ବିରୋଧୀ ହେଲେ କଂଗ୍ରେସ ଉପରେ ଭରସା କରିପାରୁ ନାହାନ୍ତି । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଆସ୍ଥା ହରାଇଲେଣି କି ମେଣ୍ଟ ସଦସ୍ୟ ? କାହିଁକି ମେଣ୍ଟ ବୈଠକକୁ ଆସିବା ପାଇଁ ମନା କରିଦେଲେ ?  ମେଣ୍ଟ ବୈଠକ ତାରିଖ ଘୁଞ୍ଚିବା ପରେ ଏମିତି ଅନେକ ପ୍ରଶ୍ନ ମନକୁ ଆସିଛି । ହେଲେ ସବୁଠାରୁ ବଡ ପ୍ରଶ୍ନ ଟିଏମସି ସୁପ୍ରିମୋ ମମତାଙ୍କୁ ନେଇ ।

ମେଣ୍ଟକୁ ଆସିବା ନେଇ ସିଧା ସିଧା ମନା କରି ଦେଇଥିଲେ ମମତା । କହିଲେ ବୈଠକ ବିଷୟରେ ମୁଁ ଜାଣିନି । ମୋତେ ଏ ନେଇ କେହି କିଛି କହିନାହାନ୍ତି । ହେଲେ ଏବେ ସ୍ୱର ବଦଳାଇଛନ୍ତି ମମତା । ବୋଧହୁଏ ଅଭିମାନ କରିଥିଲେ । ଆଉ ଏକଥା ଜାଣି ଫୋନ କରି ମମତାଙ୍କ ମାନଭଞ୍ଜନ କରିଥିଲେ ରାହୁଲ ।

ରାହୁଲଙ୍କ ଫେନା ପରେ  ବୈଠକକୁ ନ ଆସିବାର ସଫେଇ ଦେଇଛନ୍ତି ମମତା ବାନାର୍ଜୀ। ମମତା କହିଛନ୍ତି, ମେଣ୍ଟ ବୈଠକ ନେଇ ରାହୁଲ ଗାନ୍ଧୀ ଫୋନ କରିଥିଲେ । ହେଲେ ମୋ ପରିବାରର ଏକ ବିବାହ ଉତ୍ସବ ରହିଛି, ଯେଉଁଥିପାଇଁ ମୋତେ ଯିବାକୁ ପଡିବ ।’ ବିବାହ ପରେ ଅର୍ଥାତ ଡିସେମ୍ବର ୮ ତାରିଖ ଶୁକ୍ରବାର କୁର୍ସିୟାଙ୍ଗରେ ଏକ କାର୍ଯ୍ୟକ୍ରମ ରହିଛି । ଏହାପରେ ୯ ଡିସେମ୍ବରରେ ଅଲୀପୁର ଦ୍ୱାର ଯିବେ । ଡିସେମ୍ବର ୧୧ ତାରିଖ ବାନରହାଟ ଏବଂ ୧୨ ତାରିଖ ସିଲିଗୁଡି କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ମମତା । ତେଣୁ ସେ ୬ ତାରିଖ ମେଣ୍ଟ ବୈଠକକୁ ଆସି ପାରିବେନି ବୋଲି କହିଛନ୍ତି ।

ସେତିକି ନୁହେଁ,  ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପକ୍ଷ ନେଇ ମମତା କହିଛନ୍ତି, ତାମିଲନାଡୁରେ ଯେପରି ସ୍ଥିତି ତାକୁ ଦେଖି ଷ୍ଟାଲିନ ନିଜ ରାଜ୍ୟ ଛାଡି ଆସିବାକୁ ମନା କରି ଦେଇଥିବେ । ବରଂ ଯଦି ସେ ଆମଠାରୁ କିଛି ସାହାଯ୍ୟ ଚାହୁଁଥନ୍ତି ଆମେ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଥିଲେ ମମତା ।

୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ତେଲେଙ୍ଗାନାକୁ ଛାଡିଦେଲେ ଅନ୍ୟ କେଉଁଠି ଭଲ ପ୍ରଦର୍ଶନ କରିପାରିନି ଦଳ । ଏପରି ସ୍ଥିତିକୁ ଦେଖି ସେହିଦିନ ଇଣ୍ଡିଆ ମେଣ୍ଟ ବୈଠକ ୬ ତାରିଖରେ ରଖିବା ପାଇଁ ଡାକିଥିଲେ  । ହେଲେ ମମତାଙ୍କ ସମେତ ବିରୋଧି ବୈଠକକୁ ଆସିବାକୁ ମନା କରିଦେଇଥିଲେ । ଏହି ବୈଠକ ଆସନ୍ତା ୧୭ ତାରଖରେ ହେବ ବୋଲି ଆରଜେଡି ସୁପ୍ରିମୋ ଲାଲୁ ଯାଦବ ମଙ୍ଗଳବାର ସୂଚନା ଦେଇଛନ୍ତି ।

Comments are closed.