Latest Odisha News

BREAKING NEWS

ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ଘଟଣା, ମମତା କହିଲେ ମୁଁ ମର୍ମାହତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଶିକ୍ଷକ ଚାକିରି ଦୁର୍ନୀତି ଏବଂ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀରୁ ନିଜକୁ ଦୂରେଇ ରଖିବା ପରେ ଶେଷରେ ମୁହଁ ଖୋଲିଛନ୍ତି । ତାଙ୍କ ସହଯୋଗୀ ଏପରି ଏକ କାମ କରିବେ ବୋଲି ଜାଣି ସେ ମର୍ମାହତ ବୋଲି କହିଛନ୍ତି । ଏବଂ ସେ ଆଗକୁ କିପରି କାମ କରିବେ ସେ ନେଇ ବିଶ୍ୱାସ କରି ପାରୁନାହାନ୍ତି ବୋଲି କହିଛନ୍ତି।

ଯଦି ଆଗାମୀ ଦିନରେ ଦୁର୍ନୀତି ପ୍ରମାଣିତ ହୁଏ, ତା’ହେଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ମଧ୍ୟ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାର୍ଥ ଚାଟାର୍ଜୀଙ୍କ ନାଁ ନନେଇ ଏପରି କହିଛନ୍ତି ମମତା।

କ୍ୟାବିନେଟ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗରେ ସ୍କୁଲ ଚାକିରି ଦୁର୍ନୀତି ମାମଲାରେ ଗିରଫ କରିବାର ଦୁଇ ଦିନ ପରେ ସେ ଏପରି ବୟାନ ଦେଇଛନ୍ତି। ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ଘନିଷ୍ଠ ସହୟୋଗୀ ଅର୍ପିତା ମୁଖାର୍ଜୀଙ୍କ କୋଲକାତାସ୍ଥିତ ଘରୁ 21 କୋଟି ଟଙ୍କା ଜବତ ହେବା ପରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି।

ମମତା ବାନାର୍ଜୀ କହିଛନ୍ତି, ଠିକ୍ ସମୟ ମଧ୍ୟରେ ସତ ସାମ୍ନାକୁ ଆସୁ। ସେ ଦୁର୍ନୀତିକୁ ସମର୍ଥନ କରନ୍ତି ନାହିଁ ଏବଂ ସବୁ ଲୋକ ସମାନ ନୁହନ୍ତି ବୋଲି କହିଛନ୍ତି। ଏକ ସାଧାରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଯଦି କେହି ଭୁଲ୍ କରନ୍ତି ତେବେ ତାଙ୍କୁ ସଂଶୋଧନ ପାଇଁ ସୁୟୋଗ ଦିଆଯାଉ। କିନ୍ତୁ ସେ ଦାବି କରିପାରିବେ ନାହିଁ ଯେ ସମସ୍ତେ ସାଧୁ ହେବେ।

ତାଙ୍କ ପାଇଁ ରାଜନୀତି ହେଉଛି ଜନସେବା। ଏହା ସେ ତାଙ୍କ ଶିକ୍ଷକ ଓ ଅଭିଭାବକଙ୍କ ଠାରୁ ଶିଖିଛନ୍ତି ବୋଲି କହିଛନ୍ତି। ପୂର୍ବତନ ସାଂସଦ ଭାବେ ସେ 1 ଲକ୍ଷ ଟଙ୍କା ପେନସନ ଏବଂ ମୁଖ୍ୟମନ୍ତ୍ରୀ ଭାବେ 2 ଲକ୍ଷ ଟଙ୍କା ଦରମା ମିଳେ। ହେଲେ ସେ ଏହାକୁ ନିଅନ୍ତି ନାହିଁ ବୋଲି କହିଛନ୍ତି। ଏପରିକି ସର୍କିଟ୍ ହାଉସରେ ରହିଲେ ଟଙ୍କା ଦେଇ ରୁହନ୍ତି ବୋଲି କହିଛନ୍ତି।

ଯଦି କେହି ତାଙ୍କ ଆୟର ଉତ୍ସ ବିଷୟରେ ପଚାରିବେ ତେବେ ସେ ଏହାର ଉତ୍ତର ଦେବାକୁ ଯାଇ କହିଛନ୍ତି, ବହି ଲେଖନ୍ତି। ଏଥିରୁ ଯେଉଁ ପଇସା ତାହା ତାଙ୍କର ଆୟ ବୋଲି ସେ କହିଛନ୍ତି।

Leave A Reply

Your email address will not be published.