Latest Odisha News

BREAKING NEWS

ବଙ୍ଗରେ ଦିଦିଙ୍କ ରାଜ: ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାଟ୍ରିକ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ଆଜି ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଅପରାହ୍ଣରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । କୋଭିଡ୍ କଟକଣା ଭିତରେ ଅଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ଅନୁଷ୍ଠିତ ହେବ ।

ସର୍ବସମ୍ମତରେ ମମତା ବାନାର୍ଜୀ ଟିଏମସି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଏହାପରେ ରାଜ୍ୟପାଲଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମମତା ବାନାର୍ଜୀ । ୨୯୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଏକାକୀ ୨୧୩ ଆସନ ଜିତିଛି । ବିଜେପି ପାଇଛି ମାତ୍ର ୭୭ଟି ସିଟ୍ । କିନ୍ତୁ ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀ ହାରି ଯାଇଥିଲେ ବି ସେ ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତା ୬ ମାସ ଭିତରେ ତାଙ୍କୁ ନିର୍ବାଚନ ଜିତିବାକୁ ପଡ଼ିବ ।

ଏପଟେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀ ଶପଥ ନେଉଥିବା ବେଳେ ପଶ୍ଚିମବଙ୍ଗରେ ନିକ୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ପ୍ରତିବାଦରେ ଦେଶବ୍ୟାପୀ ଧାରଣା ଦେବ ବିଜେପି । ଫଳାଫଳ ଆସିବାରେ ପରେ ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ହେଲାଣି । ୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ହିଂସାକାଣ୍ଡ ପାଇଁ ଟିଏମସିକୁ ଦାୟୀ କରିଛି ବିଜେପି ।

Leave A Reply

Your email address will not be published.