କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ସମସ୍ତ ପ୍ରକାର କୂଟନୀତି ଆରମ୍ଭ ହୋଇ ଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସିଧାସଳଖ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ମୁଁ ନନ୍ଦିଗ୍ରାମରୁ ଟିଏମସି ପକ୍ଷରୁ ଲଢ଼ିବି ବୋଲି ସେ ଘୋଷଣା କରିଛି ।
ଶୁଭେନ୍ଦୁ ଗତ ନିର୍ବାଚନରେ ଏଠାରୁ ବିଜୟ ହାସଲ କରିଥିଲେ । ଏବେ ସେ ଟିଏମସିକୁ ବିରୋଧ କରି ବିଜେପି ସହ ମିଶିଛନ୍ତି । ଯେଉଁମାନେ ଦଳ ଛାଡିଛନ୍ତି ସେମାନଙ୍କ କଥା ମୁଁ ଚିନ୍ତା କରୁ ନାହିଁ । ବିଜେପି ହାତରେ ବେଙ୍ଗଲକୁ ଟେକିଦେବା ଷଡଯନ୍ତ୍ରକୁ ମୁଁ ସଫଳ କରାଇ ଦେବି ନାହିଁ ବୋଲି ସେ କହିଛନ୍ତି । ବିଜେପିରୁ ବିଧାନସଭା ନିର୍ବାଚନ ହାରିବା ପରେ ସେମାନେ ରାଷ୍ଟ୍ରପତି କିମ୍ବା ଉପ ରାଷ୍ଟ୍ରପତି ହେଉନ୍ତୁ ସେଥିରେ ମୋର ଯାଅ ଆସ ନାହିଁ ବୋଲି ମମତା କହିଛନ୍ତି । ଏ ନେଇ ଶୁଭେନ୍ଦୁ କିମ୍ବା ବିଜେପି ପକ୍ଷରୁ କିଛି କୁହାଯାଇ ନାହିଁ ।
Comments are closed.