Latest Odisha News

BREAKING NEWS

ମମିତା ମେହେର ମାମଲାରେ ବଲାଙ୍ଗିର ପୋଲିସର ଚାର୍ଜସିଟ୍ ଦାଖଲ

ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ବଲାଙ୍ଗିର ପୋଲିସ । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ରହିଛି । ଆସନ୍ତା ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ ତାରିଖକୁ ୧୨୦ ଦିନ ପୂରୁଛି । କିନ୍ତୁ ତା’ ପୂର୍ବରୁ ପୋଲିସ୍ ଚାର୍ଜସିଟ୍ ଦାଖଲ କରିଛି ।

କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଏନେଇ ଥାନାରେ ଏତଲା ପରେ ପୋଲିସ୍ ତତ୍ପର ହୋଇଥିଲା । ଘଟଣାରେ ମହାଲିଙ୍ଗ କଲେଜ୍ ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁକୁ ଜେରା ପରେ ଗିରଫ କରିଥିଲା ପୋଲିସ । ମମିତାଙ୍କୁ ହତ୍ୟା ପରେ ମୃତଦେହକୁ ପୋଡ଼ି ନିଜେ ନିର୍ମାଣ କରୁଥିବା ଷ୍ଟାଡିୟମରେ ପୋତି ଦେଇଥିଲା ଗୋବିନ୍ଦ । ଏହି ମାମଲାରେ ଗୋବିନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ, ଆଜି ଚାର୍ଜସିଟ୍ ଦାଖଲ କରିଛି ବଲାଙ୍ଗିର ପୋଲିସ ।

Comments are closed.