Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ ମହିଳା ହଷ୍ଟେଲ୍‌ରେ ଜିଲ୍ଲା ପ୍ରଶାସନର ଚଢାଉ

ଧର୍ମଗଡ : ମମିତା ମେହେର ହତ୍ୟା ମାମଲା । ମହାଲିଙ୍ଗ ମହିଳା ହଷ୍ଟେଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ । ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାଓ୍ବାର ଓ କଳାହାଣ୍ଡି ଶିଶୁ ସୁରକ୍ଷା ୟୁନିଟର ମିଳିତ ଭାବେ ଯାଞ୍ଚ । କଲେଜ ମହିଳା ହଷ୍ଟେଲକୁ ନେଇ ଅନେକ ଚର୍ଚ୍ଚା ପରେ ପ୍ରଥମଥର ଜିଲ୍ଲା ପ୍ରଶାସନର ହଷ୍ଟେଲରେ ଯାଞ୍ଚ କରୁଛି । ହଷ୍ଟେଲ ସରକାରୀ ଗାଇଡ ଲାଇନ ଅନୁଯାୟୀ ପରିଚାଳିତ ହେଉଥିଲା କି ନାହିଁ ତାକୁ ନେଇ ତନାଘନା ଚାଲିଛି ।

ମମିତା ମେହେର ହତ୍ୟା ଘଟଣା ପରେ ମହାଲିଙ୍ଗ କଲେଜ ଚର୍ଚ୍ଚାକୁ ଆସିଥିଲା । ତେବେ ହଷ୍ଟେଲରେ ସରକାରୀ ଗାଇଡ଼ ଲାଇନ୍‌କୁ ଠିକ୍‌ ଭାବେ ପରିଚାଳିତ ହେଉଛି କି ନାହିଁ । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ହଷ୍ଟେଲ୍‌ର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି । ତେବେ ଏହି ଚଢାଉରେ ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାଓ୍ବାର ଓ କଳାହାଣ୍ଡି ଶିଶୁ ସୁରକ୍ଷା ୟୁନିଟର ସଦସ୍ୟମାନେ ସାମିଲ ଅଛନ୍ତି ।

 

Comments are closed.