Latest Odisha News

BREAKING NEWS

୨୭୫ ଦିନ ପରେ ଘରୁ ପାଦ କାଢିଲେ ଏହି ଅଭିନେତା

କେରଳ: ଲକ୍‌ଡାଉନ୍ ନିୟମ ଲାଗୁ ହେବାଠୁ ଏହି ଅଭିନେତା ଯେତେ ସମ୍ଭବ ଘରେ ରହିବାକୁ ଯୋଜନା କରିଥିଲେ । ସଫଳ ହୋଇଥିଲା ଯୋଜନା । ପାଖାପାଖି ୯ମାସ ତଥା ୨୭୫ ଦିନ ଘରେ ରହିବା ପରେ ଗତକାଲି ମଲୟାଲମ ଷ୍ଟାର୍ ମାମୁଟ୍ଟି ଘରୁ ପାଦ କାଢିଥିଲେ । ସଂଧ୍ୟାରେ ନିଜ ସାଙ୍ଗମାନଙ୍କ ସହ ସେ ବାହାରେ ସୁଲୈମାନୀ ଚାର ମଜା ନେଇଥିଲେ ।

କରୋନା କଟକଣା ପାଇଁ ଅଭିନେତା ମାମୁଟ୍ଟି ମାର୍ଚ୍ଚ ମାସରୁ ଘରେ ରହିଥିଲେ । ଏପରିକି ରାସନ୍ ଆଣିବାକୁ ସେ ଘରୁ ବାହାରିନଥିଲେ । ଗତକାଲି ନିଜ ସାଙ୍ଗ ତଥା ନିର୍ଦ୍ଦେଶକ ଆଣ୍ଟୋ ଜୋସେଫ, ବାଦୁଶାହ ଓ ଅଭିନେତା ରମେଶଙ୍କ ସହ ଇଭିନଂ ୱାକ୍‌ରେ ଘରୁ ବାହାରିଥିଲେ ।

ଫିଲ୍ମ ପ୍ରିଷ୍ଟ୍‌ର ପ୍ରଥମ ପର୍ଯ୍ୟାୟ ସୁଟିଂ ପରେ ମାମୁଟ୍ଟି କେରଳରେ ଥିବା ନିଜ ଘରେ ରହିଥିଲେ । କରୋନା ପାଇଁ ଭାରତ ସରକାର ମାର୍ଚ୍ଚ ମାସରେ କଟକଣା ଜାରି କରିବା ପରେ ମାମୁଟ୍ଟି ଘରେ ରହିବା ନେଇ ନିଜକୁ ଚ୍ୟାଲେଂଜ କରିଥିଲେ । ତେବେ ଘରୁ ବାହାରି ଟିକେ ବୁଲାବୁଲି କରିବାକୁ ମାମୁଟ୍ଟିଙ୍କୁ ପୁଅ ତଥା ଅଭିନେତା ଦଲକିର୍ ସଲମାନ ପ୍ରସ୍ତାବ ଦେଇଥିଲେ । ହେଲେ ମାମୁଟ୍ଟି ଘରୁ ବାହାରିବାକୁ ଆଦୌ ଇଛା କରିନଥିଲେ ।

Leave A Reply

Your email address will not be published.