ଚେନ୍ନାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ମାମୁଟ୍ଟୀ ସୋମବାର ୬୯ତମ ଜନ୍ମଦିବସ ପାଳନ କରିଛନ୍ତି । ସେ ଜଣେ କାର ପ୍ରେମୀ । ଏ ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀର ୩୬୯ ପ୍ରକାର ଦାମୀ କାର କିଣି ସାରିଛନ୍ତି । ସେ ପ୍ରତ୍ୟେକ ଦିନ ତାଙ୍କ କାର ବଦଳାଇଥାନ୍ତି । ଏହା ବିଚାରକୁ ନେଲେ ଯେଉଁ କାରରେ ସେ ଥରେ ବସିଥିବେ ପୁନର୍ବାର ସେଥିରେ ବସିବା ପାଇଁ ପ୍ରାୟ ୧ ବର୍ଷ ସମୟ ଲାଗି ଯାଇଥାଏ । ତାଙ୍କର ପ୍ରକୃତ ନାମ ମହମ୍ମଦ କୁଟ୍ଟି ଇସମାଇଲ ପାନୀପରାମ୍ବିଲ । ଫିଲ୍ମରେ ସେ ତାଙ୍କ ନାମ ମାମୁଟ୍ଟି ରଖିଥିଲେ ।
ସେ ପ୍ରାୟତଃ ନିଜ କାର ନିଜେ ଚଲାଇଥାନ୍ତି । ସମସ୍ତ କାର ରଖିବା ପାଇଁ ସେ ଏକ ବଡ ଗ୍ୟାରେଜ କରିଛନ୍ତି । ଦକ୍ଷିଣ ଭାରତର ସେ ପ୍ରଥମ ଅଭିନେତା ଭାବେ ଅଡି କାର କିଣିଥିଲେ । ମାରୁତି କାର ପ୍ରତି ତାଙ୍କର ବିଶେଷ ଦୁର୍ବଳତା ରହିଛି । ୬୯ ବର୍ଷ ବୟସରେ ସେ ସମ୍ପୂର୍ଣ୍ଣ ଫିଟ ରହିଛନ୍ତି । ଲକଡାଉନ ସମୟରେ ସେ ଘରୁ ନ ବାହାରି ନିଜ ଶରୀରକୁ ଆହୁରି ସୁନ୍ଦର କରିଥିଲେ ।
Comments are closed.