Latest Odisha News

BREAKING NEWS

ଦେଶର ପ୍ରଥମ ମହାକାଶଚାରୀ କିଏ, ରାକେଶ ରୋଶନ୍ ନା ରାକେଶ ଶର୍ମା ? ଦ୍ୱନ୍ଦରେ ମମତା ଦିଦି

କୋଲକତା: ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ଉତ୍ସୋବର ମାହୋଲ। ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ଭାରତ ଓ ଇସ୍ରୋ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଭାରତର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଏହାରି ଭିତରେ ସେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ଶୁଣି ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଚନ୍ଦ୍ରକୁ ରାକେଶ ଶର୍ମା ଯାଇଥିଲେ ନା ରାକେଶ ରୋଶନ୍ ଯାଇଥିଲେ ସେନେଇ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ମମତା ଦିଦି। ସେ କହିଛନ୍ତି ରାକେଶ ରୋଶନ ଚନ୍ଦ୍ରକୁ ଯାଇଥିଲେ। ଯାହାର ଏକ ଭିଡିଓ ବର୍ତ୍ତମାନ ଦୃତଗତିରେ ଭାଇରାଲ ହେବା ସହ ଦିଦିଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। ବୋଧହୁଏ ମମତା ବାନାର୍ଜୀ ଖୁସିରେ ଏହି ଭୁଲ କଥା କହିଦେଇଛନ୍ତି। ଇସ୍ରୋର ଚନ୍ଦ୍ରଯାନ ସଫଳତା ପରେ ଏକ ଇଭେଣ୍ଟ ଜରିଆରେ ମମତା ବାନାର୍ଜୀ ଏଭଳି ଏକ ବୟାନ ଦେଇଛନ୍ତି।

ଏହି ସମୟରେ, ଯେତେବେଳେ ସେ ୧୯୮୪ ମିଶନର କାହାଣୀ ବର୍ଣ୍ଣନା କରିଥିଲେ, ସେତେବେଳେ ସେ ମହାକାଶଚାରୀ ରାକେଶ ଶର୍ମାଙ୍କ ବଦଳରେ ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନଙ୍କୁ ଶ୍ରେୟ ଦେଇଥିଲେ। ମମତା ବାନାର୍ଜୀ କହିଛନ୍ତି, ‘ଯେତେବେଳେ ରାକେଶ ରୋଶନ୍ ଚନ୍ଦ୍ରରେ ପହଞ୍ଚିଥିଲେ, ଇନ୍ଦିରା ଗାନ୍ଧୀ ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଚନ୍ଦ୍ରପୃଷ୍ଠରୁ ଭାରତ କିପରି ଦେଖାଯାଏ।’ ସୋସିଆଲ ମିଡିଆରେ ଦିଦଙ୍କ ଏହି ବୟାନଟି ଭାଇରାଲ ହେବାରେ ଲାଗିଛି।

Comments are closed.