ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସପକ୍ଷରେ ବୟାନ ଦେଇ ବଲିଉଡ ଅଭିନେତ୍ରୀ ମମତା କୂଲକର୍ଣ୍ଣି ଫସିଛନ୍ତି । ବିଭିନ୍ନ ମହଲରୁ ଆଲୋଚନା ହେବା ପରେ ମମତା ଏବେ କଥା ବଦଳାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଦେଇଥିବା ବୟାନର ଭୁଲ ଅର୍ଥ ବାହାର କରାଯାଇଛି । ମୁଁ ଦାଉଦ ନୁହେଁ ଭିକ୍କି ଗୋସ୍ୱାମୀଙ୍କ କଥା କହୁଥିଲି । ସୂଚନାଯୋଗ୍ୟ, ଭିକ୍କି ମାଦକ ଦ୍ରବ୍ୟ ଚୋରା କାରୋବାର ନେଇ ଗିରଫ ହୋଇଛନ୍ତି । ୧୯୯୦ ଦଶକରେ ତାଙ୍କ ସହିତ ମମତାଙ୍କ ନାମ ଯୋଡା ଯାଇଥିଲା ।
ଏବେ ମମତା କହିଛନ୍ତି ମୁଁ ଦାଉଦଙ୍କୁ ବ୍ୟକ୍ତିଗତ ଭାବେ ଭେଟିନି । ରାଜନୀତି ଓ ଫିଲ୍ମ ଜଗତ ସହ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଏବେ ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ଜୀବନ ସହିତ ଜଡିତ ହୋଇଛି । ରାଷ୍ଟ୍ର ବିରୋଧୀଙ୍କ ସହ ମୋର କୌଣସି ସମ୍ବନ୍ଧ ନାହିଁ । ମମତା ଗୋରଖପୁରରେ ୩ ଦିନିକିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ଏହି ଅବସରରେ ସେ ଗୋରଖନାଥ ମନ୍ଦିରରେ ପୂଜା କରିବା ସହ ସନ୍ଥମାନଙ୍କୁ ସାକ୍ଷାତ କରିଥିଲେ । କିନ୍ନର ଆଖାଡାର ମହାମଣ୍ଡେଳଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ସହ ଭଜନ ସନ୍ଧ୍ୟାରେ ଯୋଗ ଦେଇଥିଲେ ।
Comments are closed.