Latest Odisha News

BREAKING NEWS

ପିଲାଙ୍କ ପାଦ ଚାଟିବାକୁ ଭଲ ପାଆନ୍ତି ବ୍ୟକ୍ତି: ଗଲେଣି ବହୁଥର ଜେଲ,ତଥାପି ପଡ଼ୁନି ଫରକ

ନ୍ୟୁୟର୍କ : ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯାହାଙ୍କର ସ୍ୱଭାବ ଭିନ୍ନ ହୋଇଥାଏ । କେହି ପୁରୁଷ ହୋଇ ନାରୀ ଭାବରେ ଦେଖାଯିବାକୁ ଚାହାଁନ୍ତି ତ ଆଉ କେହି ତାଙ୍କ ଶରୀରରେ ହଜାରେ ଗର୍ତ୍ତ କରିଥାନ୍ତି । କେହି କେହି ନିଜ ଜିଭକୁ କାଟି ଦେଇଛନ୍ତି. ଯାହାଫଳରେ ସେ ଦୁନିଆରେ ଭିନ୍ନ ଦେଖାଯିବେ । କିନ୍ତୁ ଆମେରିକାର ଏମିତି ଜଣେ ବ୍ୟକ୍ତି ଅଛନ୍ତି ତାଙ୍କ ସ୍ୱଭାବ ପୂରା ଭିନ୍ନ । ସେ ପିଲାମାନଙ୍କର ପାଦକୁ ଚାଟିବାକୁ ଭଲ ପାଆନ୍ତି । ଏହି କାରଣରୁ ସେ ବହୁଥର ଜେଲ ମଧ୍ୟ ଯାଇଛନ୍ତି, ତଥାପି ସେ ଏପରି କାର୍ଯ୍ୟରୁ ନିବୃତ ରହୁ ନାହାନ୍ତି ।

୨୬ ବର୍ଷୀୟ କୌରୀ ରୋଲିନ୍ସ ଆମେରିକାରେ ରୁହନ୍ତି । ସେ ପିଲାମାନଙ୍କ ପାଦ ଚାଟିବାକୁ ଭଲ ପାଆନ୍ତି । ସେଥିଲାଗି ସେ ଯେଉଁଠି ନିରୋଳାରେ ପିଲାମାନଙ୍କୁ ଦେଖନ୍ତି ସେମାନଙ୍କ ପାଦ ଚାଟିଥାନ୍ତି । ଏପରି କରିବାକୁ ତାଙ୍କ ଘର ଲୋକ ବାରଣ କଲେ ମଧ୍ୟ ସେ କାହା କଥା ଶୁଣନ୍ତି ନାହିଁ । ଘର ପାଖ ପିଲାଙ୍କୁ ପ୍ରଲୋଭନ ଦେଖାଇ ପାଖକୁ ଡ଼ାକି ପାଦ ଚାଟିଥାନ୍ତି । ପ୍ରଥମେ ପ୍ରଥମେ ତାଙ୍କର ଏପରି ସ୍ୱଭାବକୁ କେହି ଜାଣି ପାରୁ ନ ଥିଲେ । ଧୀରେ ଧୀରେ ସେ ଏପରି କାର୍ଯ୍ୟ ଅଧିକ କରିବାରୁ ବହୁ ଜାଗାରେ ଅପମାନିତ ହେବା ସହ ମାଡ଼ ମଧ୍ୟ ଖାଇଲେ । ତଥାପି ତାଙ୍କର କୌଣସି ଫରକ ପଡ଼ିଲା ନାହିଁ । ପାଖ ପଡ଼ୋଶୀ ପିଲାମାନେ ମଧ୍ୟ ତାଙ୍କ ପାଖକୁ ଆସିବା ବନ୍ଦ କରିଦେଲେ ।

ସେ ମାତ୍ର ୧୦ ଦିନ ପୂର୍ବରୁ ଜେଲରୁ ବାହାରିଛନ୍ତି । ସେ ପିଲାମାନଙ୍କର ପାଦ ଚାଟିଥିବା ଅଭିଯୋଗରେ ଜେଲ ଯାଇଥିଲେ । ପୋଲିସର ସୂଚନାନୁସାରେ, କିଛି ଦିନ ପୂର୍ବରୁ ରୋଲିନ୍ସ ଏକ ଅଚିହ୍ନା ପିଲାଙ୍କୁ ପାଖକୁ ଡ଼ାକି ଫୋନରେ ଏକ ପାଦର ଫଟୋ ଦେଖାଇଥିଲେ । ତୁମ ପାଦ ଏହି ଫଟୋ ପରି ବୋଲି ପିଲାଟିକୁ ପଚାରିଥିଲେ । ସେ ନା କରିବାରୁ ରୋଲିନ୍ସ ଜୋରଜବରଦସ୍ତ ପାଦ ଦେଖି ଚାଟିବାକୁ ଲାଗିଥିଲେ । ପରେ ପିଲାଟି କାନ୍ଦି କାନ୍ଦି ଘରେ ଯାଇ ତାଙ୍କ ମାଆଙ୍କୁ କହିଥିଲେ । ପିଲାଟିର ମା ରୋଲିନ୍ସଙ୍କ ବିଷୟରେ ପୂର୍ବରୁ ଶୁଣିଥିଲେ । ରୋଲିନ୍ସଙ୍କ ଫଟୋ ପିଲାଟିକୁ ତାର ମାଆ ଦେଖାଇ ପଚାରିଥିଲେ ସେ ଏହି ବ୍ୟକ୍ତି । ପିଲାଟି ହଁ ମାରିବାରୁ ସେ ସଙ୍ଗେ ସଙ୍ଗେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପହଞ୍ôଚ ରୋଲିନ୍ସଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା ।

ଏହାପୂର୍ବରୁ ରୋଲିନ୍ସ ଜାନୁଆରୀ ୧୪ ତାରିଖରେ ସେ ଏକ ପାର୍କରେ ୭ ବର୍ଷର ଶିଶୁ ସହିତ ଏପରି କରି ଜେଲ ଯାଇଥିଲେ । ଏହାପୂର୍ବରୁ ରୋଲିନ୍ସ ତିନିଜଣ ଚତୁର୍ଥ ଶ୍ରେଣୀର ବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।

Leave A Reply

Your email address will not be published.