ପାରଳାଖେମୁଣ୍ଡି:କ୍ରୋଧ ମଣିଷକୁ କେତେ ବର୍ବର କରି ଦେଇପାରେ ! ମଣିଷକୁ ରାକ୍ଷସ କରିଦିଏ ଏ କ୍ରୋଧ । କ୍ରୋଧାଗ୍ନିରେ ଜଳିଯାଏ ମଣିଷପଣିଆ, ସହୃଦୟତା, ଭଲପାଇବା । କ୍ରୋଧ ନିଆଁରେ ଜଣେ ସ୍ୱାମୀ ଏମିତି ପାଲଟିଗଲା ରାକ୍ଷସ । ଘର ସଂସାର ଗଢିବ ବୋଲି ଯାହାର ହାତଧରି ଘରକୁ ଆଣିଥିଲା ସାମାନ୍ୟ କଥାକୁ ନେଇ ତାର ହତ୍ୟା କଲା । ଖାଲି ହତ୍ୟା କଲାନି, ଶରୀରରୁ ମୁଣ୍ଡକୁ ଅଲଗା କରିଦେଲା ଏବଂ କଟା ମୁଣ୍ଡ ଧରି ଘରକୁ ଫେରିଲା । ଏମିତି ବର୍ବର ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି ପାରଳାଖେମୁଣ୍ଡି କାଶୀନଗରରେ ।
କାଶୀନଗର ଥାନା ସାରା ଗାଁରେ ଆଜି ଘଟିଛି ଏମିତି ବିଭତ୍ସ ହତ୍ୟାକାଣ୍ଡ । ଚାଷ ଜମିକୁ ନେଇ ଚନ୍ଦ୍ରଶେଖର କାର୍ଜି ଓ ତାଙ୍କ ସ୍ତ୍ରୀ ଉର୍ମିଳା କାର୍ଜି ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ରାଗି ଯାଇଥିଲେ ଚନ୍ଦ୍ର ଶେଖର । ରାଗରେ ସ୍ତ୍ରୀର ମୁଣ୍ଡକୁ ହାଣି ଅଲଗା କରି ଦେଇଥିଲେ । ହତ୍ୟା ପରେ କଟା ମୁଣ୍ଡଧରି ସ୍ୱାମୀ ଘରକୁ ଫେରିଲା । ଘଟଣାସ୍ଥଳରେ କାଶୀନଗର ପୋଲିସର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ସ୍ୱାମୀ ଚନ୍ଦ୍ରଶେଖରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।ଏ ନେଇ କାଶୀନଗର ଥାନାରେ ୬୦/୨୩ରେ ଏକ କେସ ରୁଜୁ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି।
ତେବେ ଜମିଜମି ବିବାଦ କ’ଣ ଥିଲା ଏବଂ କାହିଁକି ଚନ୍ଦ୍ରଶେଖର ଏପରି ନିଷ୍ପତ୍ତି ନେଲେ ତାହା ଜଣାପଡିନି ।
Comments are closed.