Latest Odisha News

BREAKING NEWS

ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ

ଭଦ୍ରକ: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଗ୍ରାମାଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ସାମ୍ନାରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ବୁଥ୍ ସାମ୍ନାରେ ହାଣି ହତ୍ୟା କରିଛି ତାଙ୍କ ସ୍ବାମୀ । ମୃତ ମହିଳା ହେଲେ ରଶ୍ମିରେଖା ବେହେରା ।

ଅଭିଯୁକ୍ତଙ୍କ ନାଁ ପ୍ରଭାକର ରାଉତ । ୪ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା । ସେମାନଙ୍କର ୧୮ ମାସର ଏକ ପୁଅ ମଧ୍ୟ ଅଛି ।

ଖବର ଅନୁଯାୟୀ, କୌଣସି କଥାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଯେଉଁଥିରେ ରାଗିଯାଇ ରଶ୍ମିରେଖା ତାଙ୍କ ବାପ ଘରେ ଯାଇ ରହୁଥିଲେ । ଆଜି ସେ ଭୋଟ୍ ଦେବା ପାଇଁ ତାଙ୍କ ଦାଦାଙ୍କ ସହିତ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ୍ କୁ ଆସିଥିଲେ । ସେଠାରେ ସ୍ୱାମୀ ପ୍ରଭାକର ରାଉତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ରଶ୍ମିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରଭାକର ରାଉତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Comments are closed.