Latest Odisha News

ସୈତାନ୍ ସ୍ୱାମୀ: ସ୍ତ୍ରୀ ବେକକୁ ବିୁଦ୍ୟତ ତାରରେ ଗୁଡ଼ାଇ ହତ୍ୟା

ବଲାଙ୍ଗିର: ପାରିବାରିକ କହଳ ନେଲା ଉଗ୍ର ରୂପ । ସ୍ୱାମୀ ସାଜିଲା ସୈତାନ୍ । ସାତ ଜନ୍ମର ସାଥିକୁ ତଣ୍ଟି ଚିପି ହତ୍ୟା କଲା । ବିଦ୍ୟୁତ ତାରରେ ବେକକୁ ଗୁଡ଼ାଇ ଅତି ନିର୍ମମ ଭାବରେ ହତ୍ୟା କରିଛି ସ୍ୱାମୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଇଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ । ତା ନାଁ ଜୟରାମ ମାଝୀ । ମୃତକ ହେଲେ ଉର୍ମିଳା ମାଝୀ ।

ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଜୟରାମ ଓ ଉର୍ମିଳାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୁଏ । ଗତକାଲି ବି କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜୟରାମ ଉର୍ମିଳାଙ୍କ ବେକରେ ଏକ ବିଦ୍ୟୁତ ତାର ଗୁଡ଼ାଇ ଟାଣି ଦେଇଥିଲା । ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.