Latest Odisha News

ମୋମୋ ବିକ୍ରେତାଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ଜଣେ ମୋମୋ ବିକ୍ରେତାଙ୍କ ଉପରେ ଗରମ ତେଲ ପଡ଼ିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଘଟଣାଟି ଗତ ମାର୍ଚ୍ଚ ୪ ତାରିଖରେ ଘଟିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଡର ଦେଇଥିବା ବେଳେ ଦୋକାନୀ ମୋମୋ ଦେବାରେ ସାମାନ୍ୟ ବିଳମ୍ବ କରିଦେଇଥିଲେ। ଯାହା ଫଳରେ ବ୍ୟକ୍ତି ଜଣକ ରାଗିଯାଇ ତାଙ୍କୁ ଠେଲି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ।

ସୂଚନା ଅନୁଯାୟୀ, ଅମିତ ସ୍ବରୂପ ମହାପାତ୍ର ଓରଫ୍ ସାଲିଆ ଏବଂ ତାଙ୍କ ସାଙ୍ଗ ଭୀମପୁର ଅଞ୍ଚଳରେ ଥିବା ସୋମନାଥ ରାଉତଙ୍କ ହୋଟେଲକୁ ଖାଇବାକୁ ଯାଇଥିଲେ। ସେମାନେ ପ୍ରଥମେ ଦୁଇଟି ପ୍ଲେଟ୍ ଅର୍ଡର କରିଥିଲା ବେଳେ ପରେ ଆଉ ଏକ ଅର୍ଡର କରିଥିଲେ। ହେଲେ ସେ ଅନ୍ୟ ଗ୍ରାହକଙ୍କ ପାଇଁ ପାର୍ସଲ କରୁଥିବା ଯୋଗୁଁ ଖାଇବା ଦେବାରେ ବିଳମ୍ବ ହୋଇଥିଲା।

Comments are closed.