ଭୁବନେଶ୍ୱର:ଯୁବତୀଙ୍କୁ ଅପହରଣ କରିଥିବା ଯୁବକ ଗିରଫ । ୧୭ ତାରିଖ ଦିନ ଯୁବତୀଙ୍କୁ ଅଟୋରେ ଅପହରଣ କରିଥିଲା ଅଭିଯୁକ୍ତ ।ସତ୍ୟନଗରରୁ ଅପହରଣ କରି ବିଡିଏ ଅଞ୍ଚଳରେ ବନ୍ଦୀ କରି ରଖିଥିଲା । ଯୁବତୀଙ୍କ ମାଆଙ୍କୁ ଫୋନ୍ କରି ୫ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା । ଟଙ୍କା ନଦେଲେ ଝିଅ କୁ ହତ୍ୟା କରିବାକୁ ଧମକ ଦେଇଥିଲା ଅଭିଯୁକ୍ତ ।
ଖବରମୁତାବକ, ପ୍ରେମ ଜାଲରେ ଫସାଇ କରିଥିଲା ଅପହରଣ। ବୁଲାଇ ନେବା ଆଳରେ ବନ୍ଧକ ରଖିଥିଲା । ଅପହରଣର ଖଳାନାୟକ ତଥା ଅଟୋ ଡ୍ରାଇଭର ରମେଶ ନାୟକ ଗିରଫ ହୋଇଛି । ଯାହାର ଘର ନୟାଗଡ଼ ଅଞ୍ଚଳରେ କିନ୍ତୁ ରହୁଥିଲା ରମାମଣି ପେଟ୍ରୋଲ ପମ୍ପ କଡ଼ରେ ।
ତେବେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳ ନଗର ଥାନା ପୋଲିସ ।