Latest Odisha News

ଗୁଣିଗାରେଡି ନାଁରେ ଲୋମ ଟାଙ୍କୁରା ନିର୍ଯାତନା

ସିନ୍ଧିକେଲା : ଗୁଣିଗାରେଡି ନାଁରେ ଅଭାବନୀୟ କାଣ୍ଡ । ଯୁଗ ବଦଳିଯାଇଥିଲେ ବି ଲୋକଙ୍କର ମାନସିକତାରେ ଆସିନି ପରିବର୍ତ୍ତନ । ଏବେ ବି ଲୋକେ ସେହି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଜୀଉଁଛନ୍ତି । ଏବେ ବି ଗାଁ ରେ ଚାଲିଛି କଙ୍ଗାରୁ କୋର୍ଟ । ଯେଉଁଠି ଆଇନ୍‌କୁ ହାତକୁ ନେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଶାସ୍ତି ନାଁରେ ଜଣଙ୍କୁ ଅକଥନୀୟ ଲୋମ ଟାଙ୍କୁରା ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।

ଘଟଣା ଘଟିଛି ବଲାଙ୍ଗୀର ସିନ୍ଧିକେଲା ପରୁଆଭାଡି ଗାଁରେ । ଗୁଣି କରିବା ସନ୍ଦେହରେ ଗାଁରେ ଜଣେ ବ୍ୟକ୍ତିଙ୍କୁ କଙ୍ଗାରୁ କୋର୍ଟରେ ଦିଆଯାଇଛି ଦଣ୍ଡ । ଘର ଭିତରୁ ସେହି ବ୍ୟକ୍ତି ଜଣକୁ ଟାଣି ଆଣି ଗାଁ ଦାଣ୍ଡ ମଝିରେ ନିସ୍ତୁକ ମାଡ ମାରିବା ସହିତ ଜୋତାମାଡ ଓ ବିଷ୍ଠା ଖୁଆଇଥିବା ଅଭିଯୋଗ ହୋଇଛି । ଥାନାରେ ଏତଲା ଦେଇ ପୀଡିତ ଏହି ସବୁ ଘଟଣା ବୟାନ କରିଛନ୍ତି । ଘଟଣାରେ ସାମିଲ ଥିବା ୬ଜଣଙ୍କ ନାଁରେ ଏତଲା ଦିଆଯାଇଛି । ୨ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଘଟଣା ନେଇ ଅଧିକ ତଦନ୍ତ କରୁଛି ପୁଲିସ୍ ।

Comments are closed.