ନୂଆଦିଲ୍ଲୀ: ସଂସଦ ଭବନ ପରିସର ଭିତରକୁ ଜଣେ ଯୁବକ ଗୁଳି ଧରି ପ୍ରବେଶ କରୁଥିବା ବେଳେ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକଙ୍କ ନାମ ଅଖତର ଖାନ୍ । ପୁଲିସର ସୂଚନା ଅନୁଯାୟୀ, ଅଖତର ସଂସଦର ଗେଟ୍ ନମ୍ୱର ୮ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ।
ଏହି ସମୟରେ ଗେଟ୍ ନିକଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଯୁବକଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ। ପୁଲିସ ଚେକିଂ ବେଳେ ଅଖତରର ପକେଟରୁ ତିନିଟୋ ଗୁଳି ପାଇଥିଲା। ଏହାପରେ ସୁରକ୍ଷାକର୍ମୀ ପୁଲିସକୁ ହସ୍ତାନ୍ତର କରିଥିଲେ ଅଖତରକୁ। ତେବେ ଅଖତର ପକେଟରେ ଗୁଳି ରଖି ସଂସଦ ଭିତରକୁ କାହିଁକି ଯାଉଥିଲା ତାହା ଜଣାପଡ଼ିନି।
Comments are closed.