Latest Odisha News

BREAKING NEWS

 ହୋଡିଂ ଉପରେ ହାଇଡ୍ରାମା: ୪୦ ଫୁଟ  ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ

ଭୁବନେଶ୍ୱର:ହୋଡିଂ ଉପରେ ହାଇଡ୍ରାମା । ୪୦ ଫୁଟ ଏକ ହୋଡିଂ ଟାୱାରରେ ଚଢିଗଲେ ଜଣେ ବ୍ୟକ୍ତି l ଆତ୍ମହତ୍ୟା ଧମକ ଦେଉଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ୨ ଘଣ୍ଟା କାଳ ନାକେଦମ ହେବାକୁ ପଡିଥିଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା  ଭୁବନେଶ୍ୱର ଶିଶୁଭବନ ଛକରେ।

ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଏବଂ ତାଙ୍କ ନାଁ ଟୁଲୁ ପାତ୍ର ବୋଲି ଜଣାପଡିଛି । ସେ ସକାଳୁ ସକାଳୁ ଶିଶୁଭବନ ଛକରେ ଥିବା ଏକ ଟାୱାର ଉପରକୁ ଚଢିଯାଇଥିଲେ । ଡ୍ରାଇଭର ସଂଘର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ସେଥିପାଇଁ  ୪୦ ଫୁଟ  ଉଚ୍ଚ ଟାୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଉଥିଲେ ।

କିଛି ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲା । ଏଥିପାଇଁ ଦୁଇଟିମକୁ ଦୀର୍ଘ ଦୁଇ ଘଣ୍ଟା କାଳ ନାକେଦମ ହେବାକୁ ପଡିଥିଲା । ଶେଷରେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ ଅଗ୍ନିଶମ ବାହିନୀ । ଏହା ପରେ ତାଙ୍କୁ ଟାୱାରରୁ ତଳକୁ ଅଣାଯାଇଥିଲା ।

ତଳକୁ ଆସିବା ପରେ ଡ୍ରାଇଭର ସଂଘ ନାଁରେ  ଅଭିଯୋଗ ଆଣି ସେ କହିଛନ୍ତି, ଡ୍ରାଇଭର ସଂଘ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଉଛି । ଡ୍ରାଇଭର ମହାସଂଘର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ତେବେ ଏପରି କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ? ସେ ମାନସିକ ଭାବେ ସୁସ୍ଥ ନା ନୁହେଁ ତାହା ସ୍ପଷ୍ଟ ଜଣାପଡି ନାହିଁ ।

Leave A Reply

Your email address will not be published.