Latest Odisha News

BREAKING NEWS

ପ୍ୟାକେଟ ଭାବି ମଣିଷକୁ ଚିପି ଦେଲା ରୋବଟ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଣଳର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ମାନବ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ଏ ସମ୍ପର୍କୀତ ଏକ ଅଭାବନୀୟ ଘଟଣା ଘଟିଛି । ୟୋଙ୍ଗସାଙ୍ଗର ଏକ କୃଷି ଉତ୍ପାଦନ ବିତରଣ କେନ୍ଦ୍ରରେ କାର୍ଯ୍ୟକୁ ସହଜ କରିବା ପାଇଁ ରୋବଟର ବ୍ୟବହାର କରାଯାଉଥିଲା । ମାତ୍ର ଏହି ରୋବଟ ଯୋଗୁ ଜଣେ ୪୦ ବର୍ଷୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସେନ୍ସର ଖରାପ ଯୋଗୁ ରୋବଟ ବ୍ୟକ୍ତିଜଣଙ୍କୁ ଏକ ପ୍ୟାକେଟ ଭାବି ଜୋରରେ ଚିପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବଡ ପ୍ୟାକେଟ ଓ ମଣିଷ ମଧ୍ୟରେ ଫରକ କରି ନ ପାରିବାରୁ ଏହି ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ, ଆମେରିକାର ରୋବଟ ବ୍ୟବହାର ଯୋଗୁ ୪୧ ଲୋକଙ୍କ ମୃତ୍ୟୁ ଘଟିଛି । ଦକ୍ଷିଣ କୋରିଆରେ ମଧ୍ୟ କିଛି ଦିନ ତଳେ ଏକ ଅଟୋମୋବାଇଲ ପ୍ଲାଂଟରେ ଜଣେ କର୍ମଚାରୀ ରୋବଟ ଯୋଗୁ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେହିପରି ରୁଷରେ ଏକ ଚେସ ଗେମ ଅବସରରେ ରୋବଟ ଖେଳୁଥିବା ଛୋଟ ପିଲାର ଆଙ୍ଗୁଳି ଭାଙ୍ଗି ଦେଇଥିଲା ।

Comments are closed.