Latest Odisha News

BREAKING NEWS

ନାବାଳିକାଙ୍କୁ ହୋଟେଲରେ ଦୁଷ୍କର୍ମ କଲେ, ହୃଦଘାତରେ ଜୀବନ ଗଲା

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ୪୧ ବର୍ଷିୟ ମ୍ୟାନେଜରଙ୍କ ମୃତଦେହ ମିଳିଥିଲା।

ଗୁଜୁରାଟର ଜଣେ ବ୍ୟକ୍ତି ନାବାଳିକାଙ୍କ ସହିତ ମୁମ୍ବାଇର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ମିଛ ପରିଚୟ ଦେଇ ରହିବା ସହ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ସଙ୍ଗେ ସଙ୍ଗେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ଝିଅର ପରିବାର ସହିତ ମ୍ୟାନେଜରଙ୍କର ଭଲ ସମ୍ପର୍କ ଥିଲା। ପରିବାର ସଦସ୍ଯଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରୁଥିବା ବେଳେ ନାବାଳିକାକୁ ଏକ ହୀରା କାରଖାନାରେ କାମରେ ଲଗାଇଥିଲେ। ମ୍ୟାନେଜରଙ୍କ ଉପରେ ପରିବାରର ଏତେ ବିଶ୍ୱାସ ଥିଲା ଯେ ସେମାନେ ନାବାଳିକାକୁ ତାଙ୍କ ସହିତ ମୁମ୍ବାଇ ମଧ୍ଯ ପଠାଇ ଦେଇଥିଲା।

ପରେ ମ୍ୟାନେଜର ଝିଅକୁ ହୋଟେଲ ରୁମକୁ ନେଇ ଯୌନ ଶୋଷଣ ଆରମ୍ଭ କରିଥିଲେ। ଯଦି ସେ କାହାକୁ କିଛି କୁହନ୍ତି ତେବେ ସେ ଟଙ୍କା ଦେବେ ନାହିଁ ବୋଲି ଧମକ ମଧ୍ଯ ଦେଇଛନ୍ତି। ଏହା ସମୟରେ ତାଙ୍କର ହୃଦଘାତ ହୋଇଥିଲା।

ଏନେଇ ନାବାଳିକା ହୋଟେଲ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ମ୍ୟାନେଜରଙ୍କୁ ଜେଜେ ହସ୍ପିଟାଲକୁ ନିଆଯାଇଥିଲା ବେଳେ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇବା ପରେ ନାବାଳିକାର ମା’ ମୁମ୍ବାଇରେ ପହଞ୍ଚିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Comments are closed.