Latest Odisha News

କେଶ ପ୍ରତିରୋପଣରେ ସମସ୍ୟା, ମଣିଷର ଯନ୍ତ୍ରଣାଦାୟକ ମୃତ୍ୟୁ

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଦିଲ୍ଲୀର ଏକ କ୍ଲିନିକରେ ହେୟାର ଟ୍ରାନ୍ସପ୍ଲାଣ୍ଟ ବା ପ୍ରତିରୋପଣରେ ତ୍ରୁଟି ଦେଖାଦେଇଥିଲା । ଡାକ୍ତରଙ୍କ ଅବହେଳା ହେତୁ ଏହି ସମସ୍ୟା ଦେଖାଦେଇଥିଲା । ଏବେ ସେହି 30 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ରିପୋର୍ଟରେ କୁହାଯାଇଛି ଯେ ଅଥର ରସିଦ ନାମକ ପୀଡିତ ଜଣକ ହେୟାର ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା କରାଇଥିଲେ । ଏହାପରେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ରସିଦଙ୍କ ପରିବାର ସଦସ୍ୟ ପୋଲିସ ନିକଟକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିସହ ଅପରେସନ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କ ସମେତ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି।

ରସିଦଙ୍କ ମୃତ୍ୟୁ ପରେ ତାଙ୍କ ମା ଏବଂ ଦୁଇ ଭଉଣୀ ବେସାହାରା ହୋଇଯାଇଛନ୍ତି । ରଶିଦ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ।

ରସିଦଙ୍କ ମାଆ ଆସିଆ ବେଗମ୍ କହିଛନ୍ତି ଯେ କେଶ ପ୍ରତିରୋପଣ ଅସ୍ତ୍ରୋପଚାର ହେତୁ ତାଙ୍କ ପୁଅର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି।

ସେ କହିଛନ୍ତି ଯେ ରସିଦଙ୍କ ଶରୀରରେ ଅନେକ ଦାଗ ଲାଗିଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ସଦସ୍ୟ ଅପରେସନ କରିଥିବା ମେଡିକାଲ କର୍ମଚାରୀଙ୍କ ବିରୋଧରେ ପୋଲିସ ନିକଟକୁ ଯିବାକୁ ନିଷ୍ପତ୍ତି ନେଇଥିଲେ।

ଆସିଆ ବେଗମ୍ କହିଛନ୍ତି ଯେ ହେୟାର ଟ୍ରାନ୍ସପ୍ଲାଣ୍ଟ ଭୁଲ ହୋଇପାରେ ବୋଲି ଲୋକଙ୍କୁ ଜଣାଇବା ପାଇଁ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ସେ କହିଛନ୍ତି ଯେ ସେ ଚାହୁଁ ନାହାଁନ୍ତି ଯେ ଅନ୍ୟ କୌଣସି ମା ତାଙ୍କ ଭଳି ପୁଅକୁ ହରାନ୍ତୁ। ସେ ହେୟାର ଟ୍ରାନ୍ସପ୍ଲାଣ୍ଟକୁ ଏକ ଠକ ଅଭ୍ୟାସ ବୋଲି ମଧ୍ୟ କହିଛନ୍ତି।

Comments are closed.