ହାଇଦ୍ରାବାଦ: ହରିୟାଣାର ପୁଅ ଶୁଭାନ ଖାନ ବଞ୍ଚାଇଲେ ୯ ଜୀବନ। ଏପରି ଦୁଃସାହସିକ କାର୍ଯ୍ୟ ପାଇଁ ଦେଶବାସୀ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।
ଦକ୍ଷିଣ ତେଲେଙ୍ଗାନା ପ୍ରବଳ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି। ଏଭଳି ସ୍ଥଳେ ଏକ ବ୍ରିଜ ଉପରେ ୯ ଜଣ ବ୍ୟକ୍ତି ଫସି ରହିଥିଲେ। ସେମାନେ ଏକ ଭିଡିଓ ପ୍ରସ୍ତୁତ କରି ଜୀବନ ବଞ୍ଚାଇବାକୁ ସୋସିଆଲ ମିଡିଆରେ ଗୁହାରି କରିଥିଲେ।
ବନ୍ୟାରେ ଫସି ରହିଥିବା ଲୋକମାନେ ସେମାନଙ୍କ ଜୀବନ ରକ୍ଷା କରିବାକୁ ତେଲେଙ୍ଗାନା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଯାହା ପରେ ରାଜ୍ୟ ସରକାର ସେମାନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ପଠାଇଥିଲେ କିନ୍ତୁ ଖରାପ ପାଣିପାଗ ଯୋଗୁଁ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା।
ଫଳରେ ସେମାନଙ୍କୁ ଉଦ୍ଧାର ପାଇଁ ହରିୟାଣାର ସୁଭାନ୍ ଖାନ୍ ଅଣ୍ଟା ଭିଡି ଥିଲେ। ଯାହା ପରେ ସେ ବୁଲଡୋଜର ମାଧ୍ୟମରେ ବନ୍ୟା ପାଣିରୁ ଫସି ରହିଥିବା ୯ ଜଣଙ୍କ ଜୀବନ ରକ୍ଷା କରିଥିଲେ।
ସୂଚନା ଅନୁଯାୟୀ, ତେଲଙ୍ଗାନାର ଖାମ୍ମାମ ଜିଲ୍ଲାରେ ଥିବା ମୁନ୍ନେରୁ ନଦୀ ଉପରେ ରହିଥିବା ପ୍ରକାଶ ନଗର ବ୍ରିଜରେ ୯ ଜଣ ଲୋକ ଫସି ଯାଇଥିଲେ। ବନ୍ୟା ପାଣିରେ ବୁଲଡୋଜର ନେଇ ବ୍ରିଜ ଉପରେ ପହଞ୍ଚିଥିଲେ ଓ ସେଠାରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲେ।

Comments are closed.