Latest Odisha News

BREAKING NEWS

ମୋବାଇଲ ନଦେବାରୁ ସ୍ୱାମୀକୁ ପନିକିରେ ଆକ୍ରମଣ କଲା ସ୍ତ୍ରୀ

ବଲାଙ୍ଗୀର: ମୋବାଇଲ୍ ଫୋନ୍ ପାଇଁ ଝଗଡ଼ା ହେବାରୁ ସ୍ୱାମୀକୁ ପନିକିରେ ଆକ୍ରମଣ କରିଛି ସ୍ତ୍ରୀ। ଏହାପରେ ସ୍ୱାମୀ ଗୁରୁତର ଆହତ ହୋଇଛି। ରବିବାର ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। କେଶରକେଲା ଗାଁର ଗଣେଶ୍ୱର ସୁନାଙ୍କୁ ଗୁରୁତର ଅବସ୍ଥାରେ ଭୀମା ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, 6 ବର୍ଷ ତଳେ ସୁନା ଛତିଶଗଡ଼ର ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବିବାହ କରିଥିଲେ।
ରବିବାର ଈଶ୍ୱରୀ ତାଙ୍କ ସ୍ୱାମୀଙ୍କୁ ମୋବାଇଲ୍ ମାଗିଥିଲେ, କିନ୍ତୁ ସେ ମୋବାଇଲ୍ ଫୋନର ଡାଟା ପ୍ୟାକ୍ ଶେଷ ହୋଇଯାଇଥିବା କହି ଫୋନ୍ ଦେବାକୁ ମନା କରିଦେଇଥିଲେ। ଏଥିରେ ରାଗିଯାଇ ଈଶ୍ୱରୀ ଶୋଇଥିବା ଅବସ୍ଥାରେ ସୁନାଙ୍କୁ ଏକ ଧାରୁଆ ପନିକିରେ ଆକ୍ରମଣ କରିଥିଲା। ପରେ ଈଶ୍ୱରୀ ତାଙ୍କ ଚାରି ବର୍ଷର ଝିଅ ସହ ଘରୁ ପଳାଇ ଯାଇଥିଲା।

ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ସୁନାଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେ କହିଛନ୍ତି, ମୋବାଇଲ୍ ଦେବାକୁ ମୋ ସ୍ତ୍ରୀ କହିଥିଲା। ହେଲେ ମୋ ମୋବାଇଲରେ ଡାଟା ପ୍ୟାକ୍ ନଥିବାରୁ ମୁଁ ‘ନା’ କହିଥିଲି। ପରେ ମୁଁ ଶୋଇବାକୁ ଯାଇଥିଲି। ମୁଁ ଶୋଇଥିବା ବେଳେ ହଠାତ୍ ସେ ମୋତେ ପନିକିରେ ଆକ୍ରମଣ କରିଥିଲା ବୋଲି ସୁନା ଅଭିଯୋଗ କରିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ସେ ମୋ ସହ ମୋବାଇଲ୍ ଫୋନରେ ଝଗଡ଼ା କରିଥିଲା ବୋଲି ସୁନା କହିଛନ୍ତି।

Comments are closed.