Latest Odisha News

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ସ୍ୱାମୀ ଫେରାର୍

ବୌଦ୍ଧ: ସ୍ତ୍ରୀକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପିସ୍ ପିସ୍ କରି ହାଣି ସ୍ୱାମୀ ଫେରାର୍। ଏଭଳି ଅଭାବନୀୟ ଘଟଣା ଘଟିଛି ଟାଉନ୍ ଥାନା ଅନ୍ତର୍ଗତ ବୃନ୍ଦାବନ ଗାଁ ଟିକିରା ସାହିରେ। ମୃତ ମହିଳା ଜଣଙ୍କ ହେଲେ ଆମ୍ବବୃତି ନାଗ ଏବଂ ଅଭିଯୁକ୍ତ ସ୍ୱାମୀ ହେଲା ସନାତନ ନାଗ।

ପ୍ରାଥମିକ ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ବୌଦ୍ଧ ଟାଉନ ଥାନା ଅଧୀନରେ ଥିବା ବୃନ୍ଦାବନ ଗ୍ରାମରେ ଏହି ଭୟଙ୍କର ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସନାତନ ଜଣେ ମଦ୍ୟପ ବ୍ୟକ୍ତି ଏବଂ ନିୟମିତ ଭାବେ ମଦ୍ୟପାନ କରି ପତ୍ନୀ ସହ ଝଗଡ଼ା କରିବା ସହ ବାରମ୍ବାର ମାଡ ମାରୁଥିଲା।

ମଙ୍ଗଳବାର ରାତିରେ ଅଭିଯୁକ୍ତ ଜଣକ ନିଜ ଘରକୁ ଫେରି ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରିଥିଲା। ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସନାତନ ଧାରୁଆ ଅସ୍ତ୍ର ଆଣି ନିଜ ସ୍ତ୍ରୀକୁ ହାଣି ୨୦ରୁ ୩୦ ପିସ୍‌ କରିଦେଇଥିଲା। ପରେ ସନାତନ ଫେରାର ହୋଇଯାଇଥିଲା। ସକାଳେ ଘର ଆଗରେ ରକ୍ତ ପଡ଼ିଥିବା ଗ୍ରମାବାସୀ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କବାଟ ଭାଙ୍ଗି ଆମ୍ବୃତିଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏହାସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଫେରାର ଅଭିଯୁକ୍ତକୁ ପୋଲିସ ଖୋଜିବା ସହ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.