ଭୁବନେଶ୍ୱର: ବିନା ଅନୁମତିରେ ଅନ୍ୟ ଜମିରେ ବାଉଣ୍ଡ୍ରି ନିର୍ମାଣ କରିବା ଅଭିଯୋଗରେ ପୋଲିସ ଝାରପଡ଼ା ଅଞ୍ଚଳର ଶିଖର ଚନ୍ଦ୍ର ଜେନା (୬୫) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ୨୩ ମାର୍ଚ୍ଚରେ ଇମତିଆଜ ଖାନ ଏବଂ ତାଙ୍କ ପରିବାର ପୁରୀ ବାଇପାସ ରୋଡ୍ ନିକଟସ୍ଥ ଝାରପଡ଼ାର ୟୁନିଟ୍-୩୩ରେ ଥିବା ତାଙ୍କ ପ୍ଲଟରେ ବାଉଣ୍ଡ୍ରି ନିର୍ମାଣ ହୋଇଥିବାର ଦେଖିଥିଲେ। ପରେ ପ୍ରତିବାଦ କରିବାରୁ ଅଭିଯୁକ୍ତଜଣକ ନିଜ କାରରୁ ବନ୍ଧୁକ ବାହାର କରି ସେମାନଙ୍କୁ ଧମକଚମକ ଦେଇଥିଲେ।
ତେବେ ଅଭିଯୋଗ ପରେ ବଡ଼ଗଡ ପୋଲିସ ସେହିଦିନ ରାତିରେ ମଙ୍ଗରାଜ ପଏଣ୍ଟ ନିକଟରୁ ଅଭିଯୁକ୍ତକୁ ଗିରଫ କରିଥିଲା।
Comments are closed.