Latest Odisha News

BREAKING NEWS

ଯାଜପୁରରେ ପାନୀୟଜଳ ପ୍ରକଳ୍ପର ରଡ୍ ଚୋରି କରି ଯୁବକ ଗିରଫ

ଯାଜପୁର :  ଯାଜପୁରରେ ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ ପାଇଁ ଆସୁଥିବା ରଡ଼ ଚୋରି କରି ନେଉଯାଉଥିବା ବେଳେ ଧରାପଡିଲା ଯୁବକ। ଯାଜପୁର ଥାନା ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଟୋରେ ରଡ ଚାଲାଣ ହେଉଥିବା ବେଳେ ଧରାପଡିଥିଲା । 

ସେଠାରେ ବ୍ୟବହାର ପାଇଁ ଆସିଥିବା ରଡ଼କୁ ସମ୍ପୃକ୍ତ ଠିକାସଂସ୍ଥାର ଜୈନିକ ବ୍ୟକ୍ତି ଅଟୋରେ ନେଇଯାଉଥିବା ଖବର ପାଇ ମେଗା ପାନୀୟଜଳର ପ୍ରକଳ୍ପର ଡିଜିଏମ ଗୁଗନ ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଅଟୋକୁ ଅଟକାଇ ଥିଲେ । ସେଠାରେ ଦୀର୍ଘ ସମୟ ବଚସା ହେବା ପରେ ଅଟୋକୁ ଯାଜପୁର ଥାନାରେ ଜିମା ଦେଇ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।

Leave A Reply

Your email address will not be published.